ଯାଜପୁର ଜ଼ିଲ୍ଲା ୪ଟି ନିର୍ବାଚନମଣ୍ଡଳୀର ୯ଟି ବୁଥରେ ଆସନ୍ତା ୧୯ ତାରିଖ ଦିନ ସାନି ମତଦାନ

ଯାଜପୁର ଟାଉନ : ଯାଜପୁର ଜ଼ିଲ୍ଲାର ୪ଟି ନିର୍ବାଚନମଣ୍ଡଳୀର ୯ଟି ବୁଥରେ ଆସନ୍ତା ୧୯ ତାରିଖ ଦିନ ସାନି ମତଦାନ ଅନୁଷ୍ଠିତ ହେବ । ବିଂଝାରପୁର ନିର୍ବାଚନ ମଣ୍ଡଳୀର ୧୩୫ ଏବଂ ୧୯୧ ନଂ ବୁଥ,ବରୀ ନିର୍ବାଚନ ମଣ୍ଡଳୀର ୮୨,୧୫୮,୧୬୨,୧୬୩.୧୯୪ ନଂ ବୁଥ, ଧର୍ମଶାଳା ନିର୍ବାଚନ ମଣ୍ଡଳୀର ୧୪୮ ନଂ ବୁଥ ଏବଂ ସୁକିନ୍ଦା ନିର୍ବାଚନ ମଣ୍ଡଳୀର ୧୯୬ ନଂ ବୁଥରେ ସାନି ମତଦାନ ହେବ । ଗତ ଏପ୍ରିଲ ୨୯ ତାରିଖରେ ନିର୍ବାଚନ ସମୟରେ ବିଭିନ୍ନ ନିର୍ବାଚନ ମଣ୍ଡଳୀରୁ ବୁଥ ରିଂଗିର ଅଭିଯୋଗ ଆସିଥିଲା । ଜ଼ିଲ୍ଲା ନିର୍ବାଚନ ଅଧିକାରୀ ତଥା ଜ଼ିଲ୍ଲାପାଳ ବିଭିନ୍ନ ତଥ୍ୟ ପ୍ରମାଣକୁ ଆଧାର କରି ଏହି ୯ଟି ବୁଥରେ ସାନି ମତଦାନ କରିବାକୁ ରାଜ୍ୟ ନିର୍ବାଚନ କମିଶନଙ୍କୁ ସୁପାରିଶ କରିଥିଲେ । ରାଜ୍ୟ ନିର୍ବାଚନ କମିଶନ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ସମ୍ପୃକ୍ତ ବୁଥରେ କଡା ସୁରକ୍ଷା ମଧ୍ୟରେ ଭୋଟ ଗ୍ରହଣ କରାଯିବ ବୋଲି ଯାଜପୁର ଜ଼ିଲ୍ଲାପାଳ ରଂଜନ କୁମାର ଦାସ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.