ମୁମ୍ବାଇ ଓ ବେଙ୍ଗାଲୁରୁରୁ ଓଡ଼ିଶାର ଫନି ବିପନ୍ନଙ୍କୁ ସହାୟତା

ମୁମ୍ବାଇ : ପ୍ରଳୟଙ୍କରୀ ବାତ୍ୟା ଫନିରେ ଓଡ଼ିଶାର ବହୁ କ୍ଷୟକ୍ଷତି ଘଟିଛି। ବିପନ୍ନଙ୍କ ପାଇଁ ରାଜ୍ୟ ବାହାରୁ ମଧ୍ୟ ସହାୟତା ପହଁଚୁଛି । ମହାରାଷ୍ଟ୍ରରେ ଥିବା ବିଭିନ୍ନ ଓଡ଼ିଆ ଓ ଅଣଓଡ଼ିଆ ସଂଗଠନ ସାହାଯ୍ୟର ହାତ ବଢାଇଛନ୍ତି। ପର୍ଯ୍ୟାୟକ୍ରମେ ଓଡ଼ିଶାକୁ ବିଭିନ୍ନ ଖାଦ୍ୟ ଜିନିଷ ସହ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ମଧ୍ୟ ପଠାଯାଇଛି।  ମୁମ୍ବାଇରେ ଥିବା କଏନ ମାଷ୍ଟର ଦେବୀ ପ୍ରସାଦ ମଙ୍ଗରାଜ, ଶୁଭଶ୍ରୀ ଫିଲ୍ମସ୍‌ ଓ ସ୍ଵେଚ୍ଛ।ସେବୀ ସଂଗଠନ ଉଡ୍ରା ପକ୍ଷରୁ ମୁମ୍ବାଇରୁ ବିଭିନ୍ନ ଶୁଖିଲା ଖାଦ୍ୟ ସାମଗ୍ରୀ, ଦିଆସିଲି, ମହମବତୀ, ଶିଶୁ ଖାଦ୍ୟ ଆଦି ପଠାଯାଇଛି। ବିଶେଷ କରି ପୁରୀ, ଭୁବନେଶ୍ୱର ଓ କଟକର ବାତ୍ୟା ବିପନ୍ନଙ୍କୁ ଏସବୁ ଖାଦ୍ୟ ସାମଗ୍ରୀ ଦିଆଯିବ।

MUMBAI RELIEF-1

ସେହିପରି ବାତ୍ୟା ବିପନ୍ନଙ୍କ ପାଇଁ ସହାୟତାର ହାତ ବଢାଇଛି ମହାରାଷ୍ଟ୍ର ଓଡ଼ିଆ େଓ୍ଵଲଫେୟାର ଆସୋସିଏସନ। ନଭି ମୁମ୍ବାଇର ଖାରଗର କେନ୍ଦ୍ରୀୟ ବିହାରରେ ଏନେଇ ବ୍ୟବସ୍ଥା କରାଯାଇଛି। ଆଗ୍ରହୀ ବ୍ୟକ୍ତିମାନଙ୍କ ଠାରୁ ମୋଓ୍ଵାର ସଭ୍ୟମାନେ ଶୁଖିଲା ଖାଦ୍ୟ, ପୋଷାକ ପତ୍ର ଓ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଆଦି ସଂଗ୍ରହ କରୁଛନ୍ତି। ପରବର୍ତ୍ତୀ ପର୍ଯ୍ୟାୟରେ ମୋଓ୍ଵାର ସଭ୍ୟମାନେ ଓଡ଼ିଶାର ବାତ୍ୟା ବିପନ୍ନଙ୍କ ପାଖରେ ପହଞ୍ଚାଇବେ। ଏହା ସହ ମୋଓ୍ଵାର ଆଉ ଏକ ଟିମ୍‌ ଓଡ଼ିଶାରେ ପହଞ୍ଚିଛି। ଦିନେ ଦୁଇଦିନ ଭିତରେ ପୁରୀର କିଛି ଅଞ୍ଚଳରେ ନୂଆ ପୋଷାକ ପତ୍ର, ଶୁଖିଲା ଖାଦ୍ୟ, ପାଣି ପରି ଅନ୍ୟ ରିଲିଫ ସାମଗ୍ରୀ ଯୋଗାଇ ଦିଆଯିବ ବୋଲି ମୋଓ୍ଵାର ସଦ୍ୟସମାନେ ସୂଚନା ଦେଇଛନ୍ତି।

ଓର୍ଲିର ଆମ ଓଡ଼ିଆ ପରିବାର ଫନି ପ୍ରପୀଡ଼ିତ ଲୋକଙ୍କ ସାହାଯ୍ୟ ପାଇଁ ଆଗକୁ ଆସିଛି। ସଂସ୍ଥା ପକ୍ଷରୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଏକାବନ ହଜାର ଟଙ୍କାର ସହାୟତା ରାଶି ଦିଆଯାଇଛି। ଆଗକୁ ବାତ୍ୟାରେ ସବୁଠୁ ଅଧିକ ପ୍ରଭାବିତ ହୋଇଥିବା ପୁରୀର କିଛି ଅଞ୍ଚଳରେ ବୃକ୍ଷରୋପଣ କରାଯିବାର ଯୋଜନା କରିଛି ଓଡ଼ିଆ ପରିବାର।

BANGALORE RELIEF-1

ବେଙ୍ଗାଲୁରୁ : ସେହିପରି ବେଙ୍ଗାଲୁରୁରେ ରହୁଥିବା ପ୍ରବାସୀ ଓଡ଼ିଆମାନେ ମଧ୍ୟ ବାତ୍ୟା କ୍ଷତିଗ୍ରସ୍ତଙ୍କ ପାଇଁ ସହାୟତାର ହାତ ବଢାଇଛନ୍ତି। ପାଣି, ବିସ୍କୁଟ ଓ ଶୁଖିଲା ଖାଦ୍ୟ ଓ ଅନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ବେଙ୍ଗାଲୁରୁରୁ ଓଡ଼ିଶାକୁ ପଠାଯାଇଛି। ବେଙ୍ଗାଲୁରୁର ପ୍ରବାସୀ ଓଡ଼ିଆମାନେ ବିଭିନ୍ନ ସ୍ଥାନରୁ ରିଲିଫ ସଂଗ୍ରହ କରି ୩ଟି ଟ୍ରକରେ ଓଡ଼ିଶାକୁ ପଠାଇଥିବା ସୂଚନା ମିଳିଛି।

BANGALORE RELIEF-2

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.