ଲଗାତାର ୩ଦିନ ପାଇଁ ହ୍ରାସ ପାଇଲା ଡିଜେଲ ଏବଂ ପେଟ୍ରୋଲ ଦର

ନୂଆଦିଲ୍ଲୀ : ପେଟ୍ରୋଲ ଓ ଡିଜେଲ ଦରରେ ଲଗାତାର ତିନି ଦିନ ପାଇଁ ହ୍ରାସ କରିଛି। ଦିଲ୍ଲୀ ଏବଂ ମୁମ୍ବଇରେ ପେଟ୍ରୋଲ ଲିଟର ପିଛା ୪୮ ପଇସା , କଲକାତାରେ ୪୭ ପଇସା ଓ ଚେନ୍ନଇରେ ୫୦ ପଇସା ହ୍ରାସ ପାଇଛି। ସେହିପରି ତୈଳ ବିତରଣ କମ୍ପାନୀ ଦିଲ୍ଲୀ ଏବଂ କୋଲକତାରେ ପେଟ୍ରୋଲ ଲିଟର ପିଛା ୧୯ ପଇସା ଏବଂ ଚେନ୍ନଇରେ ୨୦ ପଇସା ହ୍ରାସ ପାଇଛି।

ଇଣ୍ଡିଆନ ଅୟଲ ୱେବସାଇଟ ଅନୁସାରେ ଦିଲ୍ଲୀ, କୋଲକତା, ମୁମ୍ବଇ ଓ ଚେନ୍ନଇରେ ପେଟ୍ରୋଲ ଲିଟର ପିଛା ୭୨ଟ.୭୨ପ, ୭୪ଟ.୨୧ପ, ୭୭ଟ.୭୫ପ ଓ ୭୪ଟ.୯୦ପ ରହିଛି। ସେହିପରି ଦିଲ୍ଲୀ, କୋଲକତା, ମୁମ୍ବଇ ଓ ଚେନ୍ନଇ ଏହି ଚାରୋଟି ସହରରେ ଡିଜେଲ ଦର ୬୬ଟ.୨୮ପ, ୬ଟ.୦୪ପ, ୬୯ଟ.୪୫ପ ଓ ୭୦ଟ.୦୬ ପ ରହିଛି। ଭୁବନେଶ୍ୱରରେ ପେଟ୍ରୋଲର ମୂଲ୍ୟ ୭୧ଟ.୩୧ପ ରହିଥିବା ବେଳେ ଡିଜେଲ ୭୧ଟ.୨୬ପ ମୂଲ୍ୟ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.