ଦେବଦୂତ ସାଜିଲେ ତୁମୁଡିବନ୍ଧ ଅଗ୍ନିଶମ ବିଭାଗର କର୍ମଚାରୀ ଓ ପୋଲିସ୍ : ଦୁର୍ଘଟଣାଗ୍ରସ୍ତ ଗାଡି ଭିତରେ ଚାପି ହୋଇ ରହିଥିବା ଡ୍ରାଇଭରଙ୍କୁ କଲେ ଉଦ୍ଧାର

ବାଲିଗୁଡା: ଦେବଦୂତ ସାଜିଲେ ତୁମୁଡିବନ୍ଧ ବ୍ଲକର ଅଗ୍ନିଶମ ବିଭାଗର କର୍ମଚାରୀ ଓ ତୁମୁଡିବନ୍ଧ ଥାନା ପୋଲିସ l ଦୁର୍ଘଟଣାର ଖବର ଶୁଣି ତତ୍କ୍ଷଣାତ୍ ଦୁର୍ଘଟଣା ସ୍ଥଳରେ ପହଁଚି ଉଦ୍ଧାର କଲେ ଭାରସାମ୍ୟ ହରାଇ ଗଛରେ ପିଟିହୋଇଥିବା ମିନି କଣ୍ଟେନର ଡ୍ରାଇଭରଙ୍କୁ l ଯାହା ଫଳରେ ଏକ ବଡ଼ ଅଘଟଣରୁ ବର୍ତିଲେ ଡ୍ରାଇଭର l

accidentକନ୍ଧମାଳ ଜିଲ୍ଲାର ତୁମୁଡିବନ୍ଧ ଥାନା କୁର୍ତମଗଡ଼ର ପନ୍ଦରମାଇଲି ନିକଟରେ ଆଜି ଭୋରରେ ଏକ ମିନି କଣ୍ଟେନର ଭାରସାମ୍ୟ ହରାଇ ଗଛରେ ପିଟି ହୋଇଥିଲା l ବ୍ରହ୍ମପୁରରୁ ତୁମୁଡିବନ୍ଧ ଦେଇ ଭବାନୀପାଟଣା ଯାଉଥିବା ସମୟରେ ଦୁର୍ଘଟଣା ଘଟି ଗାଡିର ସାମ୍ନାପଟେ ମାଡ଼ ହେବା ସହ ଗାଡି ଭିତରେ ଚାପି ହୋଇ ରହିଥିଲେ ଡ୍ରାଇଭର l ଯାହାକୁ ଉଦ୍ଧାର କରିବାକୁ ମୁସ୍କିଲ ଥିଲା l କିନ୍ତୁ ଅଗ୍ନିଶମ ବିଭାଗ ଓ ପୋଲିସ ସଙ୍ଗେ ପହଁଚି ଆରମ୍ଭ କରିଥିଲେ ଉଦ୍ଧାର କାର୍ଯ୍ୟ l କିନ୍ତୁ ସମ୍ଭବ ହୋଇନଥିଲା ଡ୍ରାଇଭର ତ୍ରିଲୋଚନ ମହାପାତ୍ର ଙ୍କୁ ଚାପି ହୋଇ ରହିଥିବା ଅବସ୍ଥାରେ ଉଦ୍ଧାର କରିବା l କିନ୍ତୁ ଧର୍ଯ୍ୟର ସହ ଅଗ୍ନିଶମ ବିଭାଗର ଷ୍ଟେସନ ଅଫିସର ରାମଚନ୍ଦ୍ର ଦୋରା ଓ ଥାନା ଅଧିକାରୀ ବାବା ଶଙ୍କର ସରାଫ ଜାରି ରଖିଥିଲେ ଉଦ୍ଧାର କାର୍ଯ୍ୟ l

accidentସକାଳ ୪.୩୦ ରୁ ୭.୩୦ ଦୀର୍ଘ ତିନି ଘଣ୍ଟାର ଲଗାତାର ଉଦ୍ୟମ ବଳରେ ଗ୍ୟାସ କଟର ସହାୟତାରେ ଉଦ୍ଧାର କରାଯାଇଥିଲା ତ୍ରିଲୋଚନଙ୍କୁ l ଉଦ୍ଧାର ଡ୍ରାଇଭର ତ୍ରିଲୋଚନଙ୍କୁ ଗୁରୁତର ଅବସ୍ଥାରେ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟ ରେ ପ୍ରାଥମିକ ଚିକିତ୍ସା ପରେ ଫୁଲବାଣୀ ଜିଲ୍ଲା ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଛି l ତେବେ ଠିକ ସମୟରେ ଦେବଦୂତ ସାଜି ଉଦ୍ଧାର କାର୍ଯ୍ୟ ଲାଗି ଗୋଟିଏ ଅମୁଲ୍ୟ ଜୀବନ ବଞ୍ଚି ପାରିଛିl

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.