କଟକ ପାଇକେରାପୁର ଗାଁରେ ବାଲ୍ୟ ବିବାହ ବନ୍ଦ କରିବାକୁ ଯାଇ ହଟହଟା, ଚାଇଲ୍ଡ ଲାଇନ୍‌ ସଦସ୍ୟ ଓ ପୋଲିସକୁ ପିଟିଲେ ଲୋକେ

କଟକ(କେନ୍ୟୁଜ୍) : ବାଲ୍ୟ ବିବାହ ବନ୍ଦ କରିବାକୁ ଯାଇ ପୋଲିସ ହଟହଟା । କଟକ ଚୌଦ୍ୱାର ଥାନା ପାଇକେରାପୁର ଗାଁରେ ବାଲ୍ୟ ବିବାହ ବନ୍ଦ କରିବାକୁ ଯାଇ ତୀବ୍ର ବିରୋଧର ଶିକାର ହୋଇଛନ୍ତି ଚାଇଲ୍ଡ ଲାଇନ୍‌, ଓଲ୍‌ସା ଓ ଚୌଦ୍ୱାର ପୋଲିସ । ପାଇକରାପୁର ଗ୍ରାମ ମନ୍ଦିରରେ ନାବାଳିକାଙ୍କ ବିବାହ ହେଉଥିବା ଖବର ପାଇ ପୋଲିସ ସହାୟତାରେ ପହଞ୍ଚିଥିଲେ ଚାଇଲ୍ଡ ଲାଇନ୍‌ର ସଦସ୍ୟ । ନାବାଳିକାକୁ ପୋଲିସ ଗାଡ଼ିରେ ବସାଇ ସିଡବ୍ଲୁସିଙ୍କ ନିକଟକୁ ଆଣିବା ବେଳେ ପରିବାର ଲୋକେ ଏବଂ ଗ୍ରାମବାସୀ ଗାଡ଼ିକୁ ଅଟକାଇ ପୋଲିସ କର୍ମଚାରୀଙ୍କୁ ମାଡ଼ ମାରିବା ସହ ନାବାଳିକାଙ୍କୁ ସେଠାରୁ ନେଇଯାଇଥିଲେ । ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବା ସହ ଚୌଦ୍ୱାର ପୋଲିସ ତଦନ୍ତ ପକ୍ରିୟାକୁ ଯୋରଦାର କରିଛି ।

Leave A Reply

Your email address will not be published.