ବରିଷ୍ଠ ଓଏଏସ ସ୍ତରରେ ବଦଳି, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ

ଭୁବନେଶ୍ୱର (କେନ୍ୟୁ): ରାଜ୍ୟ ସରକାର ଓଏଏସ ସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରେ ଏ ବାବଦରେ ସୂଚନା ଦିଆଯାଇଛି । ନଜର ପକାନ୍ତୁ କେଉଁ ଅଫିସରଙ୍କୁ କେଉଁ ସ୍ଥାନକୁ ବଦଳି କରାଯାଇଛି |

ସୂଚନା ଅନୁସାରେ ପର୍ଯ୍ୟଟନ ବିଭାଗର ଅତିରିକ୍ତ ସଚିବ ବରିଷ୍ଠ ଓଏଏସ୍ ଦୁର୍ଗାପ୍ରସାଦ ମହାପାତ୍ରଙ୍କୁ ସ୍କୁଲ ଓ ଗଶଶିକ୍ଷା ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି । ସେହିପରି ପ୍ରତାପ କୁମାର ମିଶ୍ରଙ୍କୁ କୃଷି ଓ କୃଷକ କଲ୍ୟାଣ ବିଭାଗର ଅତିରିକ୍ତ ସଚି ବଭାବେ ବଦଳି କରାଯାଇଛି । ଏଥିସହିତ ବିଭୂତିଭୂଷଣ ମିଶ୍ରଙ୍କୁ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ଅତିରିକ୍ତ ନିର୍ଦ୍ଦେଶକ ଓ ପ୍ରଦୀପ କୁମାର ନାୟକ-୨ଙ୍କୁ ବୋର୍ଡ ଅଫ୍ ରେଭନ୍ୟୁଙ୍କ ଭୁବନେଶ୍ୱରସ୍ଥିତ ଅତିରିକ୍ତ ରିଭିଜିନାଲ କୋର୍ଟରେ ଅତିରିକ୍ତ କମିଶନର ଭାବେ ବଦଳି ହୋଇଛି ।

ବରିଷ୍ଠ ଓଏଏସ୍ ଧରଣୀଧର ନନ୍ଦଙ୍କୁ ପଂଚାୟତିରାଜ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି । ସେ ଏବେ ମହିଳା ଓ ଶିଶୁକଲ୍ୟାଣ ବିଭାଗର ଅତିରିକ୍ତ ସଚିବ ଭାବେ କାର୍ଯ୍ୟ କରୁଛନ୍ତି । ଢେଙ୍କାନାଳ ଜିଲ୍ଲା ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ସାଫଲ୍ୟ ମଣ୍ଡିତ ପ୍ରଧାନଙ୍କୁ ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ଭାବେ ବଦଳି ହୋଇଛି । ଏହା ସହ ବିଏମସି ଡେପୁଟି କମିସନର ଶୁଭେନ୍ଦୁ କୁମ୍ଭାର ସାହୁଙ୍କୁ ଖୋର୍ଦ୍ଧା ଏଡିଏମ ଭାବେ ବଦଳି ହୋଇଥିବା ପୂର୍ବ ନିର୍ଦେଶନାମାକୁ ବାତିଲ କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.