ଓଡ଼ିଶାରେ ଚତୁର୍ଥ ପଜିଟିଭ ଆସିବା ପରେ ଭଦ୍ରକ ଜିଲ୍ଲାରେ କଡାକଡ଼ି ହେଲା କଟକଣା

ଭଦ୍ରକ: ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪କୁ ବୃଦ୍ଧି ପାଇଛି । ଚତୁର୍ଥ ପଜିଟିଭ୍‌ ବାହାରିଥିବା ଯୁବକ ଜଣକ ଭଦ୍ରକ ଜିଲ୍ଲାର ବୋଲି ଜଣାପଡିଛି । ତାଙ୍କ ରିପୋର୍ଟ ପଜିଟିଭ୍‌ ଆସିବା ପରେ ଜିଲ୍ଲାରେ କଟକଣା କଡାକଡି କରାଯାଇଛି । ତତ୍ପର ହୋଇଛି ଜିଲ୍ଲା ପ୍ରଶାସନ । ପ୍ରଶାସନ ପକ୍ଷରୁ ପୁରୁଣା ବଜାରକୁ ସମ୍ପୂର୍ଣ୍ଣ ସିଲ୍‌ କରିଦିଆଯାଇଛି । କେବଳ ଖୋଲା ରହିବ ଔଷଧ ଦୋକାନ । ପରବର୍ତ୍ତୀ ନିର୍ଦ୍ଦେଶ ନଆସିବା ପର୍ଯ୍ୟନ୍ତ ଅନ୍ୟ ସମସ୍ତ ଦୋକାନ ବନ୍ଦ ରହିବ । ଅତି ଜରୁରୀ କାମ ନଥିଲେ ଘର ନବାହାରିବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.