ଓଡ଼ିଶାରେ ଶଙ୍କା ବଢାଇଲା ଦିଲ୍ଲୀ ସମାବେଶ, ନିଜାମୁଦ୍ଦିନରୁ ଫେରିଥିବା ୩ ଜଣଙ୍କୁ କ୍ଵାରେଣ୍ଟାଇନରେ ରଖାଗଲା

ଭୁବନେଶ୍ୱର: ଓଡ଼ିଶାରେ ଶଙ୍କା ବଢାଇଲା ଦିଲ୍ଲୀ ସମାବେଶ। ନିଜାମୁଦ୍ଧିନରୁ ଓଡ଼ିଶା ଫେରିଥିବା ୩ଜଣଙ୍କୁ ଏବେ ସରକାରୀ କ୍ୱାରେଣ୍ଟାଇନ୍‌ରେ ରଖାଯାଇଛି। ତାଙ୍କ ସଂଶ୍ପର୍ଶରେ ଆସିଥିବା ପରିବାର ଲୋକଙ୍କ ଉପରେ ବି କଡା ନଜର ରଖାଯାଇଛି। ତେବେ ଓଡ଼ିଶାରୁ କେତେ ଜଣ ଯାଇଥିଲେ ତାହା ସ୍ପଷ୍ଟ ହୋଇନଥିଲେ ବି ଆଜି ସଂପୂର୍ଣ୍ଣ ତଥ୍ୟ ମିଳିବ। ସେମାନଙ୍କୁ ଠାବ କରାଯାଉଥିବା କହିଛନ୍ତି କୋଭିଡ୍‌-୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ।

ତବଲିଗ ଜମାତ୍‌ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଲୋକଙ୍କ ମଧ୍ୟରୁ କରୋନାରେ ୧୦ଜଣଙ୍କ ମୃତ୍ୟୁ ଓ ଅନେକ ଆକ୍ରାନ୍ତ ହେବା ପରେ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଛି। ଏପର୍ଯ୍ୟନ୍ତ ୨୪ଟି ରିପୋର୍ଟ କରୋନା ପଜିଟିଭ୍‌ ଆସିଛି । ଧାର୍ମିକ କାର୍ଯ୍ୟକ୍ରମରେ ଦେଶ ବିଦେଶରୁ ପାଖାପାଖି ଦୁଇ ହଜାର ଲୋକ ସାମିଲ ଥିଲେ । ନିଜାମୁଦ୍ଦିନ ଅଞ୍ଚଳକୁ ସିଲ୍‌ କରାଯାଇଛି । ମର୍କଜରେ ରହୁଥିବା ଲୋକଙ୍କୁ ହସ୍ପିଟାଲ ପଠାଯାଇଛି । ସେପଟେ ମୌଲବୀଙ୍କ ନାଁରେ ମାମଲା ରୁଜୁ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.