ପିଡିଏସ୍‌ କେନ୍ଦ୍ରରେ ବଣ୍ଟା ଚାଲିଛି ରାସନ୍‌, ଆବଶ୍ୟକ ସ୍ଥଳେ ହିତାଧିକାରୀଙ୍କ ଘରେ ପହଞ୍ଚାଯାଉଛି ସାମଗ୍ରୀ

କଟକ: କରୋନା ଯୋଗୁ ଆରମ୍ଭ ହୋଇଛି ପିଡିଏସ୍‌ ସାମଗ୍ରୀ ବଣ୍ଟନ। ପିଡିଏସ୍‌ କେନ୍ଦ୍ରରେ ବଣ୍ଟା ଚାଲିଛି ରାସନ୍‌। ଆବଶ୍ୟକ ସ୍ଥଳେ ହିତାଧିକାରୀଙ୍କ ଘରେ ପହଞ୍ଚାଯାଉଛି ଏହି ପିଡିଏସ୍‌ ସାମଗ୍ରୀ । ରାଜ୍ୟରେ ପିଡିଏସ ସାମ୍ରଗୀ ଅଗ୍ରୀମ ତିନିମାସ ପାଇଁ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ବେଳେ ଏହାକୁ ଠିକ୍ ସମୟରେ ଆରମ୍ଭ କରିଦିଆ ଯାଇଛି। ଏହି କାମ ବେଳେ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦିଆଯାଉଥିବା କହିଛନ୍ତି ଜିଲ୍ଲା ଯୋଗାଣ ଅଧିକାରୀ । ଲୋକମାନଙ୍କୁ କୌଣସି ପ୍ରକାର ଛାନିଆ ନହେବାକୁ ନିବେଦନ କରିବା ସହ ସମସ୍ତଙ୍କୁ ସେମାନଙ୍କ ପ୍ରାପ୍ୟ ଦିଆଯିବ ବୋଲି କହିଛନ୍ତି ଜିଲ୍ଲା ଯୋଗାଣ ଅଧିକାରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.