ଶିବରାତ୍ରୀ ଉପଲକ୍ଷେ ଗୁପ୍ତେଶ୍ୱର ପୀଠରେ ୯ ତାରିଖରୁ ଲାଗୁ ହେବ କଟକଣା,ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ

କୋରାପୁଟ: କରୋନା କଟକଣାରେ ଜାଗର ଯାତ୍ରା। ଶିବରାତ୍ରୀ ଉପଲକ୍ଷେ ଗୁପ୍ତେଶ୍ୱର ପୀଠରେ ୯ ତାରିଖରୁ ଲାଗୁ ହେବ କଟକଣା। ୯ରୁ ୧୨ ତାରିଖ ପର୍ଯ୍ୟନ୍ତ କଟକଣା ଜାରି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ଗୁପ୍ତେଶ୍ୱର ପୀଠ ସମେତ ସମସ୍ତ ଧର୍ମାନୁଷ୍ଠାନରେ କଟକଣା ଜାରି କରାଯିବ।

ଭକ୍ତ ମାନଙ୍କୁ ମନ୍ଦିର ଭିତରେ ପ୍ରବେଶ ଉପରେ କଟକଣା ଲଗାଯାଇଛି। କେବଳ ପୂଜକ ଓ ସେବାୟତ ମନ୍ଦିର ଭିତରକୁ ଯାଇପାରିବେ।ନେଇ ଦେବୋତ୍ତର ଅଧିକାରୀ ଓ ଜୟପୁର ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆଇନ ଭଙ୍ଗ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.