ଯାଜପୁର ମୁରାରୀପୁର ଗାଁରେ ଦୁର୍ବୃତ୍ତଙ୍କ ଉତ୍ପାତ: ଘର ଆଗରେ ୩ଟି ବାଇକ୍‌ ଓ ଦୁଇଟି ସ୍କୁଟିକୁ ପୋଡିଦେଲେ

ଯାଜପୁର: ଘର ଆଗରେ ବାଇକ୍‌ ପୋଡିଦେଲେ ଦୁର୍ବୃତ୍ତ। ଯାଜପୁର ଜିଲ୍ଲା ଜେନାପୁର ଥାନା ଅଧୀନ ଅଞ୍ଜିରା ପଞ୍ଚାୟତର ମୁରାରୀପୁର ଗାଁରେ ଏହି ଘଟଣା ଘଟିଛି। ମୁରାରୀପୁର ଗାଁର ଲକ୍ଷ୍ମୀଧର ଜେନାଙ୍କ ଘର ଆଗରେ ୩ଟି ବାଇକ୍‌ ଓ ଦୁଇଟି ସ୍କୁଟି କେହି ଦୁର୍ବୃତ୍ତ ପୋଡ଼ି ଦେଇଛନ୍ତି।

ଘର ଆଗରେ ଲକ୍ଷୀଧରଙ୍କ ଦୁଇଟି ଗାଡ଼ି ଓ ବ୍ୟାଙ୍କ କର୍ମଚାରୀଙ୍କ ୩ଟି ଗାଡ଼ି ପ୍ରତିଦିନ ଘର ବାହାରେ ରହିଥାଏ। ଗତକାଲି ବିଳମ୍ବିତ ରାତିରେ କେହି ଦୁର୍ବତ୍ତ ଆସି ଗାଡ଼ି ପୋଡ଼ି ଦେଇଥିବା ଜଣାପଡିଛି। ଘଟଣାସ୍ଥଳରେ ଜେନାପୁର ପୋଲିସ ପହଁଞ୍ଚି ତଦନ୍ତ ଚଳାଇଛି। ପୂର୍ବ ଶତ୍ରୁତା ଯୋଗୁ ଦୁର୍ବୃତ୍ତମାନେ ଏଭଳି କାଣ୍ଡ ଘଟାଇଥିବା ସନ୍ଦେହ କରାଯାଉଛି।