ଭୁବନେଶ୍ୱର : ହତ୍ୟାକାରୀଙ୍କୁ ପୋଲିସ୍‌ ହାତରୁ ଟାଣି ଆଣି ରାସ୍ତା ଉପରେ ନିର୍ଦ୍ଧୁମ ପିଟିଲେ ଉତ୍ତ୍ୟକ୍ତ ଲୋକେ

ଭୁବନେଶ୍ୱର (କେ ନ୍ୟୁଜ୍‌): ଏମିତି ତ ଛିନ୍‌ତାଇ ଠାରୁ ଆରମ୍ଭ କରି ଅନେକ ଅପରାଧ ଘଟୁଛି ରାଜଧାନୀ ଭୁବନେଶ୍ୱରରେ । ହେଲେ ଏବେ ଏବେ ନୂଆପଲ୍ଲୀ ଆଇଆରସି ଅନ୍ତର୍ଗତ ସିଆରପି ଛକରୁ ଏକାମ୍ର କାନନକୁ ଯାଇଥିବା ରାସ୍ତାରେ ଯେଉଁ ଘଟଣା ଘଟିଛି ତାକୁ ନେଇ ପ୍ରବଳ ଉତ୍ତେଜନା ସୃଷ୍ଟି ହୋଇଛି । ଉତ୍ତ୍ୟକ୍ତ ଲୋକେ ପୋଲିସ୍‌କୁ ବି ଛାଡ଼ି ନାହାନ୍ତି । ପିସିଆର ଗାଡ଼ି ଭାଙ୍ଗିଛନ୍ତି । ପୋଲିସ୍‌ ଧରି ନେଇ ଯାଉଥିବା ଅଭିଯୁକ୍ତଙ୍କୁ ପିସିଆର ଭିତରୁ ଘୋସାରି ଆଣି ମାଡ଼ ମାରିଛନ୍ତି । ସେଠାରେ ଏବେବି ଉତ୍ତେଜନା ଲାଗି ରହିଛି ।

BBSR ATTACK-1

ପୂରା ଘଟଣା ସମ୍ପର୍କରେ ସ୍ପଷ୍ଟ ହୋଇନଥିଲେ ମଧ୍ୟ ସ୍ଥାନୀୟ ଲୋକଙ୍କ ଠାରୁ ଜଣାପଡ଼ିଛି ଯେ ଜଣେ ବ୍ୟକ୍ତିଙ୍କୁ ମରଣାନ୍ତକ ଆକ୍ରମଣ କରି ରକ୍ତାକ୍ତ ଅବସ୍ଥାରେ ଦୁଇ ତିନି ଜଣ ଯୁବକ କୁଆଡ଼େ ନେଇ ଯାଉଥିଲେ । ଏକଥା ସ୍ଥାନୀୟ ଲୋକଙ୍କ ନଜରକୁ ଆସିଲା । ସେମାନେ ତୁରନ୍ତ ପୋଲିସ୍‌କୁ ଖବର ଦେବା ପରେ ପୋଲିସ୍‌ ଆସି ସେମାନଙ୍କୁ ଧରିଥିଲା । ଏହା ସହିତ ରକ୍ତ ଜୁଡୁବୁଡୁ ବ୍ୟକ୍ତିଟିକୁ ମଧ୍ୟ ନେଇଥିଲା । ପରେ ଜଣାପଡ଼ିଛି ସେହି ଯୁବକକୁ ହତ୍ୟା କରାଯାଇଛି । ତେବେ ସ୍ଥାନୀୟ ଲୋକେ ପ୍ରଥମେ ଆହତ ବ୍ୟକ୍ତିଟିକୁ ଡାକ୍ତରଖାନା ନେବାକୁ କହିଥିଲେ । ଏସବୁ ଭିତରେ ଲୋକେ ଉତ୍ତ୍ୟକ୍ତ ହୋଇ ଅଭିଯୁକ୍ତମାନଙ୍କୁ ମାଡ଼ ମାରିବା ଆରମ୍ଭ କରି ଦେଇଥିଲେ ।

ଲୋକେ ପୋଲିସ୍‌ ବାରଣ ସତ୍ତ୍ୱେ ପିସିଆରରେ ବସିଥିବା ଅଭିଯୁକ୍ତଙ୍କୁ କାଚ ଭାଙ୍ଗି ଘୋସି ଆଣିଥିଲେ । ତଳେ ପକାଇ ଭୟଙ୍କର ଭାବେ ପାଟି ଚାଲିଥିଲେ । ଭିଡ଼ ଏତେ ଜମି ଯାଇଥିଲା ଯେ ତାକୁ ନିୟନ୍ତ୍ରଣ କରିବା ପୋଲିସ୍‌ ପକ୍ଷେ ଅସମ୍ଭବ ହୋଇପଡ଼ିଥିଲା। ବେଶ୍‌ କିଛି ସମୟ ଉତ୍ତେଜନା ପରେ ସେଠାରେ ସ୍ଥିତି ଟିକେ ଶାନ୍ତ ପଡ଼ିଛି । ପୂରା ଘଟଣାର ପୋଲିସ୍‌ ତଦନ୍ତ ଆରମ୍ଭ କରିଛି ।

 

 

 

Leave A Reply

Your email address will not be published.