୧୦ମ ପାସ୍ କରିଛନ୍ତି କି ? ଭାରତୀୟ ନୌସେନାରେ ଚାକିରି କରିବାର ସ୍ବପ୍ନ ହେବ ପୂରଣ
ଭାରତୀୟ ନୌସେନା ଚାକିରି କରିବାକୁ ସ୍ବପ୍ନ ଦେଖୁଛନ୍ତି, ତେବେ ଆପଣଙ୍କ ସ୍ବପ୍ନ ଖୁବଶୀଘ୍ର ପୂରଣ ହେବାକୁ ଯାଉଛି। ଏଠାରେ ଟ୍ରେଡସମ୍ଯାନ ପଦବୀରେ ନିଯୁକ୍ତି ପାଇଁ ବମ୍ପର ନିଯୁକ୍ତି ପାଇଁ ଆବେଦନ ଗ୍ରହଣ କରୁଛି। ଏହି ଖାଲି ପଡିଥିବା ପଦବୀ ଅଧିନରେ ଇଷ୍ଟର୍ଣ୍ଣ ନାଭାଲ କମାଣ୍ଡ, ୱେଷ୍ଟର୍ଣ୍ଣ ନାଭାଲ କମାଣ୍ଡ ଏବଂ ଦକ୍ଷିଣ ନାଭାଲ କମାଣ୍ଡ ପଦବୀରେ ୧୧୫୯ ପଦ ଖାଲିପଡିଛି। ଅଧିକ ଜାଣିବା ପାଇଁ ଅଧିକାରକ ୱେବସାଇଟ Joinindiannavy.gov.in କୁ ଯାଇ ଜାଣିପାରିବେ।
ଜରୁରୀ ତାରିଖ: ଆବେଦନ କରିବାର ଶେଷ ତାରିଖ ୭ ମାର୍ଚ୍ଚ ୨୦୨୧ ସନ୍ଧ୍ଯା ୫ଟା ଯାଏଁ ରହିଛି।
ପଦବୀ ବିବରଣୀ: ୧୧୫୯
ଇଷ୍ଟର୍ଣ୍ଣ ନାଭାଲ କମାଣ୍ଡ: ୭୧୦
ୱେଷ୍ଟର୍ଣ୍ଣ ନାଭାଲ କମାଣ୍ଡ: ୩୨୪
ଦକ୍ଷିଣ ନାଭାଲ କମାଣ୍ଡ: ୧୨୫
ଦରମା: ୧୮,୦୦୦/୫୬,୯୦୦ ଟଙ୍କା ମାସିକ
ଶିକ୍ଷାଗତ ଯୋଗ୍ଯତା: ଇଚ୍ଛୁକ ଏବଂ ଯୋଗ୍ଯ ପ୍ରାର୍ଥୀ ୧୦ମ ପାସ୍ କରିଥିବା ଆବଶ୍ଯକ। ଏହା ସହିତ ସମ୍ବନ୍ଧିତ ଡ୍ରେଟରେ ଆଇଟିଆଇ ସାର୍ଟିଫିକେଟ ନିଶ୍ଚିତ ଆବଶ୍ଯକ।
ବୟସ ସୀମା: ସର୍ବନିମ୍ନ ବୟସ ୧୮ ବର୍ଷ ଏବଂ ସର୍ବାଧିକ ବୟସ ୨୫ ବର୍ଷ ହୋଇଥିବା ଆବଶ୍ଯକ।
ଆବେଦନ ଶୁଳ୍କ: ସାମାନ୍ଯ/ଓବିସି/ EWS ପ୍ରାର୍ଥୀଙ୍କ ପାଇଁ ୨୦୫ ଟଙ୍କା ଏବଂ ଏସସି, ଏସଟି, PWD/Ex-S ଏବଂ ମହିଳା ବର୍ଗଙ୍କ ପାଇଁ କୌଣସି ଆବେଦନ ଶୁଳ୍କ ରଖାଯାଇନାହିଁ।
ଚୟନ ପ୍ରକ୍ରିୟା: ଏହି ପଦବୀରେ ଚୟନ ଅନଲାଇନ କମ୍ପ୍ଯୁଟର ପରୀକ୍ଷା ଆଧାରରେ କରାଯିବ।