Below header

ଗୁଜୁରାଟ: ଗାଧୋଉଥିବା ବେଳେ କେନାଲରେ ବୁଡି ଓଡିଆ ଯୁବକ ମୃତ

ଗୁଜୁରାଟ: ଗାଧୋଉଥିବା ବେଳେ କେନାଲରେ ବୁଡି ଯୁବକ ମୃତ । ମୃତକ ଜଣକ ହେଉଛନ୍ତି ସୋର ଥାନା ବର୍ତ୍ତନା ଗାଁର ଶମ୍ଭୁନାଥ ନାୟକଙ୍କ ପୁଅ ପୂର୍ଣ୍ଣଚନ୍ଦ୍ର । ଗୁଜୁରାଟର ମୁରବି ଜିଲ୍ଲା ଲଗଜିପୁର ରୋଡ଼ର ଏକ ଟାଇଲସ କମ୍ପାନୀରେ ଶ୍ରମିକ ଭାବେ କାମ କରନ୍ତି ପୂର୍ଣ୍ଣଚନ୍ଦ୍ର । ଗତ ୨ ତାରିଖ ଦିନ ନିକଟସ୍ଥ ଏକ କେନାଲକୁ ଗାଧୋଇବା ପାଇଁ ଯାଇଥିଲେ ।

ତେବେ ଗାଧୋଇବା ସମୟରେ ଗୋଡ଼ ଖସିଥିବାରୁ ସେ ପାଣିରେ ବୁଡିଯାଇଥିଲେ । ପର ଦିନ ପୂର୍ଣ୍ଣଚନ୍ଦ୍ରଙ୍କ ମୃତଦେହ ଉଦ୍ଧାର କରିଥିଲେ ଅଗ୍ନିଶମ ବାହିନୀ । ସ୍ଥାନୀୟ ପୋଲିସ ଶବ ବ୍ୟବଚ୍ଛେଦ କରି ମୃତଦେହକୁ ଘରକୁ ପଠାଇଥିଲା । ସେପଟେ ପୁଅର ମୃତ୍ୟୁପରେ ପରିବାର ଲୋକେ ଭାଙ୍ଗି ପଡିଥିବା ବେଳେ ସରକାରୀ ସ୍ତରରେ କ୍ଷତିପୂରଣ ପାଇଁ ଦାବି କରିଛନ୍ତି ଅଞ୍ଚଳବାସୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.