ଖୁବଶୀଘ୍ର ଆସୁଛି ବିଗବସ୍ ୧୪ ଫେମ କପଲ ଜସ୍ମିନ ଭାସିନ ଏବଂ ଅଲ୍ଲୀ ଗୋନୀ ମ୍ଯୁଜିକ ଭିଡିଓ ‘ତେରା ସୁଟ’, ଜସ୍ମିନ ସେୟାର କଲେ ଫଟୋ
‘ବିଗ୍ ବସ୍ ୧୪’ର ଲଗାତାର ଚର୍ଚ୍ଚାରେ ରହିଥିବା ଜସ୍ମିନ ଭାସିନ ଏବଂ ଅଲ୍ଲୀ ଗୋନୀ ଶୋ ଶେଷ ହେବା ପରେ ମଧ୍ୟ ଚର୍ଚ୍ଚାରେ ରହିଛନ୍ତି। ଦୁହିଁଙ୍କର ଏକ ଭିଡିଓ ସଙ୍ଗ ଆସିବାକୁ ଯାଉଛି। ଯାହାର ନାମ ‘ତେରା ସୁଟ’ ରହିଛି। ଜସ୍ମିନ ଏହି ପୋଷ୍ଟ ନିଜ ଫ୍ଯାନଙ୍କ ସହିତ ସେୟାର କରିଛନ୍ତି। ଇନଷ୍ଟାରେ ସେୟାର କରି ଜସ୍ମିନ ବେଶ ଖୁସି ରହିଛନ୍ତି।
ଜସ୍ମିନ ସେୟାର କରିଥିବା ଫଟୋରେ ଏହି ଦୁର୍ହଁଙ୍କ ଛଡା ଟୋନି କକ୍କର ମଧ୍ୟ ନଜର ଆସିଛନ୍ତି। ଗୀତଟି ଆସନ୍ତା ୮ ତାରିଖରେ ରିଲିଜ ହେବ ବୋଲି ଫଟୋରୁ ଜଣାପଡିଛି।
View this post on Instagram
ଏହି ଲଭ୍ କପଲ ଜସ୍ମିନ ଭାସିନ ଏବଂ ଅଲ୍ଲୀ ଗୋନୀ ‘ବିଗ ବସ୍ ୧୪’ ସମୟରେ ପରସ୍ପରକୁ ଭଲପାଇ ବସିଥିଲେ। ଶୋ’ରେ ଜସ୍ମିନ ଏବଂ ଅଲ୍ଲୀ ସହିତ କାଶ୍ମୀର ଯାଇଥିଲେ, ଯେଉଁଠି ସେମାନେ ନିଜ ପରିବାର ସହିତ ନିଜର ଜନ୍ମଦିନ ପାଳନ କରିଥିଲେ। ଏହି ସମୟର ଭିଡିଓ ମଧ୍ୟ ଭାଇରଲ ହୋଇଥିଲା। ଦୁହେଁ ଷ୍ଟଣ୍ଟ ରିଆଲିଟ ଶୋ ‘ଖତରୋଁ କେ ଖିଲାଡି’ର ସୁଟିଂ ସମୟରେ ସାଙ୍ଗ ହୋଇଥିଲେ।