Below header

ତ୍ରିବଣୀ ଅମାବାସ୍ୟାରେ ଯାଜପୁର ମା ବିରଜାଙ୍କ ସ୍ବନକ୍ଷତ୍ର ଉତ୍ସବ

ଯାଜପୁର(କେନ୍ୟୁଜ୍) : ଆଜି ପବିତ୍ର ତ୍ରିବେଣୀ ଆମାବାସ୍ୟା। ଆଜି ହେଉଛି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ସ୍ବନକ୍ଷତ୍ର ଉତ୍ସବ। ତେଣୁ ଚଳଚଞ୍ଚଳ ହୋଇ ଉଠିଛି ବିରଜାକ୍ଷେତ୍ର। ଆଜି ଭୋର ୫ଟାରୁ ଦେବୀଙ୍କ ନିତ୍ୟା ସ୍ନାନପରେ , ପିଠାଭୋଗ ଅର୍ପଣ କରାଯାଇଛି। ପରେ ନିର୍ଦ୍ଦାରିତ ସମୟରେ ତୀର୍ଥ ଜଳରେ ଦେବୀଙ୍କ ମହାସ୍ନାନ କରାଯାଇଥିଲା। ଏହାପରେ ମା ବିରଜାଙ୍କୁ ସାବିତ୍ରୀ ବେଶ କରାଯାଇଛି। ବେଶପରେ ସିଂହାସନରେ ପଞ୍ଚଦେବତାଙ୍କୁ ପୂଜା, ଷୋଡ଼ଶ ଉପଚାର ପୂଜା ଓ ସ୍ବନକ୍ଷତ୍ର ପୂଜାର ବିଧି ରହିଛି। ଏହା ସହ ଗାୟତ୍ରୀମନ୍ତ୍ରରେ ଯଜ୍ଞାନୁଷ୍ଠାନ ହୋଇଥାଏ।

jajpur

ଆଜି ମାଁଙ୍କ ସ୍ବନକ୍ଷତ୍ରର ଦୃଶ୍ୟ ଦେଖିବା ପାଇଁ ମା ବିରଜାଙ୍କ ମନ୍ଦିରରେ ଭକ୍ତଙ୍କ ଗହଳି ଲାଗିଛି। ସନ୍ଧ୍ୟା ପର‌୍ୟ୍ୟନ୍ତ ପୂଜାର୍ଚ୍ଚନା ଚାଲିବା ସହ, ଯଜ୍ଞରେ ପୂର୍ଣ୍ଣାହୁତି ପ୍ରଦାନ କରାଯିବ। ମନ୍ଦିରରେ ଶାନ୍ତିର ସହ ଭକ୍ତଙ୍କ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.