ଆଜି ବିଶ୍ୱ କର୍କଟ ଦିବସ : ବରଗଡ ଫାଇଟର୍ସ ଗ୍ରୁପ୍ ପକ୍ଷରୁ ମିନି ମାରାଥନ୍ ଆୟୋଜିତ

ଆଜି ବିଶ୍ୱ କର୍କଟ ଦିବସ। ବରଗଡ ଫାଇଟର୍ସ ଗ୍ରୁପ୍ ପକ୍ଷରୁ ଆୟୋଜିତ ହୋଇଛି ମିନି ମାରାଥନ୍। ଥିମ୍ ରହିଛି ମୁଁ ଲଢିବି ଏବଂ ବିଜୟୀ ହେବି। ଏହି ମିନି ମାରାଥନ୍କୁ ବରଗଡ଼ ଜିଲ୍ଲାପାଳ ଇନ୍ଦ୍ରମଣୀ ତ୍ରିପାଠୀ ପତାକା ଦେଖାଇ ଉଦ୍ଘାଟନ କରିଥିଲେ।

cancer

ମିନି ଷ୍ଟାଡିୟମ୍ଠାରୁ ଆରମ୍ଭ ହୋଇଥିବା ଏହି ମାରାଥନ୍ ଅସ୍ପି ଅଫିସ ଛକ, ଗାନ୍ଧୀ ଛକ, ଭଟ୍ଲି ରୋଡ୍ ଛକ ଦେଇ ଷ୍ଟାଡିୟମ୍ରେ ପହଞ୍ଚିଥିଲା। ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଗଣ ଦୌଡ଼ ମାଧ୍ୟମରେ ଏହାର ମୁକାବିଲା କରିବା ପାଇଁ ଆହ୍ଵାନ ଦିଆଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.