ରୋଚକ ହେଉଛି କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ: ମଲ୍ଲିକାର୍ଜୁନ ଖଡ୍‌ଗେ ଓ ଶଶି ଥରୁରଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା

କେନ୍ୟୁଜ୍(ବ୍ୟୁରୋ):ନାମାଙ୍କନ ଦାଖଲ ପରେ ରୋଚକ ହୋଇଛି କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ । ମଲ୍ଲିକାର୍ଜୁନ ଖଡଗେ ଓ ଶଶି ଥରୁରଙ୍କ ଭିତରେ ପ୍ରତିନ୍ଦ୍ୱନ୍ଦିତା ହେବ । ଗତକାଲି ଶେଷ ଦିନରେ ଗତକାଲି ଅଧ୍ୟକ୍ଷ ନିର୍ବାଚନ ରେସରେ ଏଣ୍ଟ୍ରି ମାରିଥିଲେ ଖଡଗେ । ତେବେ ନିର୍ବାଚନରେ ଗାନ୍ଧି ପରିବାର ନିରପେକ୍ଷତା ଅବଲମ୍ବନ କରିବ ବୋଲି ସୂଚନା ମିଳିଥି । ଅର୍ଥାତ କାହା ସମର୍ଥନରେ ଭୋଟ୍‌ ଦେବ ନାହିଁ ବୋଲି ଜଣା ପଡିଛି । ଏବେ ଅଧ୍ୟକ୍ଷ ପଦ ଦୌଡ଼ରେ ଭେଟେରାନ୍‌ ଖଡଗେ ଆଗୁଆ ଥିବା ଚର୍ଚ୍ଚା ହେଉଛି । ନିର୍ବାଚନରେ ଖାଡ୍‌ଗେ ଜିତିବା ଏକ ପ୍ରକାର ନିଶ୍ଚିତ । ତାଙ୍କ ପାଇଁ ବହୁ ବଡ଼ବଡ଼ ନେତା ପ୍ରସ୍ତାବକ ଅଛନ୍ତି । ଜି-୨୩ ନେତା ବି ସମର୍ଥନ ଜଣାଇଛନ୍ତି ।

ସେ ନିର୍ବାଚିତ ହେଲେ ବାବୁ ଜଗଜୀବନ ରାମଙ୍କ ପରେ କଂଗ୍ରେସର ଦ୍ୱିତୀୟ ଦଳିତ ଅଧ୍ୟକ୍ଷ ହେବେ । ଜଗଜୀବନ ରାମ ୧୯୭୦ରୁ ୧୯୭୧ ଯାଏ କଂଗ୍ରେସ ଅଧ୍ୟକ୍ଷ ରହିଥିଲେ । ଅନ୍ୟପଟେ ଡେଡ୍‌ଲାଇନ୍‌ ଠିକ୍‌ ପୂର୍ବରୁ ଶଶୀ ଥରୁର ନାମାଙ୍କନ ଦାଖଲ କରିଥିଲେ । ଗତକାଲି ରେସ୍‌ରୁ ବାଦ ପଡ଼ିଥିଲେ ଅଶୋକ ଗେହଲଟ୍‌ । ପ୍ରତଦ୍ୱନ୍ଦିତାରୁ ଓହରି ଯାଇଥିଲ ଦିଗବିଜୟ ସିଂ । ଖଡଗେ ଓ ଥରୁରଙ୍କ ବ୍ୟତୀତ ଝାଡ଼ଖଣ୍ଡର କଂଗ୍ରେସ ନେତା କେ. ଏନ୍‌. ତ୍ରିପାଠୀ ମଧ୍ୟ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ଦାଖଲ କରିଛନ୍ତି । ତେଣୁ ନିର୍ବାଚନରେ ତ୍ରିମୁଖୀ ଲଢ଼େଇ ହେବ । ଅକ୍ଟୋବର ୧୭ରେ କଂଗ୍ରେସ ଅଧ୍ୟକ୍‌, ନିର୍ବାଚନ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.