ବାଇକ୍‌ ଦୁର୍ଘଟଣାରେ ମାଟ୍ରିକ ପରୀକ୍ଷାର୍ଥୀ ଗୁରୁତର, ଦେଇପାରିଲେନି ପରୀକ୍ଷା

କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ବିଏନ୍‌ ହାଇସ୍କୁଲ ନିକଟରେ ଘଟିଛି ଦୁର୍ଘଟଣା । ମାଟ୍ରିକ ପରୀକ୍ଷା ଦେବାକୁ ଯାଉଥିବା ବେଳେ ବାଇକ୍‌ ଦୁର୍ଘଟଣାରେ ଛାତ୍ର ଗୁରୁତର, ଛାତ୍ରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଆନନ୍ଦପୁର (କେନ୍ୟୁଜ): ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା । ଏହି ଦୁର୍ଘଟଣାରେ ପରୀକ୍ଷା ଦେବାକୁ ଆସୁଥିବା ଛାତ୍ର ଗୁରୁତର । ଛାତ୍ରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ବିଏନ୍‌ ହାଇସ୍କୁଲ ନିକଟରେ ଘଟିଛି ଦୁର୍ଘଟଣା ।

ସୂଚନା ଅନୁଯାୟୀ ଆଜି ସକାଳୁ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଜଙ୍ଘାର ଗ୍ରାମର ରୁଦ୍ରନାରାୟଣ ଘଡେ଼ଇ ବାପାଙ୍କ ସହ ବାଇକ୍ ରେ ବିଏନ ହାଇସ୍କୁଲକୁ ମାଟ୍ରିକ ପରୀକ୍ଷା ଦେବା ପାଇଁ ଯାଉଥିଲେ । ଏହି ସମୟରେ ବିଏନ ହାଇସ୍କୁଲ ନିକଟରେ ସମ୍ମୁଖରୁ ଆସୁଥିବା ଏକ ବାଇକ୍ କୁ ଧକ୍କା ଦେଇଥିଲେ । ଫଳରେ ରୁଦ୍ରନାରାୟଣଙ୍କ ସମେତ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ଖବର ପାଇ ପୋଲିସ ଦୁଇ ବାଇକ୍ କୁ ଜବତ କରି ତଦନ୍ତ ଚଳାଇଛି ।

Leave A Reply

Your email address will not be published.