Below header

ଆଜି ଚୈତ୍ର ମାସର ପ୍ରଥମ ମଙ୍ଗଳବାର, କାକଟପୁର ମା’ ମଙ୍ଗଳାଙ୍କ ପୀଠରେ ମାନସିକଧାରୀଙ୍କ ଭିଡ଼

ଆଜି ଚୈତ୍ର ମାସର ପ୍ରଥମ ମଙ୍ଗଳବାର । କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳାଙ୍କ ପୀଠ ଆଜି ଚଳଚଂଚଳ । ଆଜି ହେଇଛି ମାଆଙ୍କର ଜନ୍ମଉତ୍ସବ ବା ପ୍ରସିଦ୍ଧ ନେତ୍ରୋତ୍ସବ ।

ପୁରୀ (କେନ୍ୟୁଜ): ଆଜି ଚୈତ୍ର ମାସର ପ୍ରଥମ ମଙ୍ଗଳବାର । କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳାଙ୍କ ପୀଠ ଆଜି ଚଳଚଂଚଳ । ଆଜି ହେଇଛି ମାଆଙ୍କର ଜନ୍ମଉତ୍ସବ ବା ପ୍ରସିଦ୍ଧ ନେତ୍ରୋତ୍ସବ । ପରମ୍ପରା ଅନୁଯାୟୀ ମାଆଙ୍କ ନୂତନ ନେତ ମନ୍ଦିର ଚୂଳରେ ବନ୍ଧା ହେବାର ବିଧି ରହିଛି। ରାତି ୨ଟାରୁ ଦ୍ୱାର ଫିଟା ନୀତି ଆରମ୍ଭ ହୋଇ ମାଆଙ୍କ ଆଳତି କରାଯାଇଥିଲା। ଆଜି ମା ରାଜରାଜେଶ୍ୱରୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି ।

ପୁରପଲ୍ଲୀରେ ମାନସିକଧାରୀ ମହିଳାଙ୍କ ଦ୍ୱାରା ପନ୍ଥେଇ ପୂଜା ଗାଁ ପରିବେଶକୁ ମୁଖରିତ କରିଛି କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳାଙ୍କ ନେତ୍ରଉତ୍ସବ ଆରମ୍ଭ ହୋଇଯାଇଛି । ହଜାର ହଜାର ଶ୍ରଦ୍ଧାଳୁ ଧାଡ଼ିରେ ଆସି ମାଆଙ୍କୁ ଦର୍ଶନ କରିଛନ୍ତି । ସେବକ ମାନେ ମାଆଙ୍କ ଧ୍ୱଜାକୁ ବିମାନରେ ସୁସଜିତ କରି ବେଢା ପରିକ୍ରମା କରିବା ପରେ ମନ୍ଦିର ଚୁଡ଼ାରେ ବନ୍ଧାଯାଇଥିଲା । ଘଂଟ ଘଂଟାରେ ମନ୍ଦିର ପରିବେଶ ପ୍ରକମ୍ପିତ ହୋଇଉଠିଥିଲା । ଭୋର ୪ଟାରୁ ଆରମ୍ଭ ହୋଇଛି ଭକ୍ତଙ୍କ ସାହାଣମେଳା ଦର୍ଶନ। ଲମ୍ବା ଧାଡିରେ ଆସି ହଜାର ହଜାର ଶ୍ରଦ୍ଧାଳୁ ଦର୍ଶନ କରୁଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.