Below header

ହାଇଓ୍ୱାକୁ ପଛରୁ ପିଟିଲା ବାଇକ, ଚାଲିଗଲା ପୋଲିସ କର୍ମଚାରୀଙ୍କ ଜୀବନ

ଘଟଗାଁ (କେନ୍ୟୁଜ): ହାଇଓ୍ବା ପଛରେ ଧକ୍କା ଦେଲା ବାଇକ । ପୋଲିସ କର୍ମଚାରୀଙ୍କ ମୃତ୍ୟୁ । କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ୨୦ ନମ୍ବର ଜାତୀୟ ରାଜପଥର ଢେଙ୍କିକୋଟ ଗୋଦାବରୀ ଢାବା ନିକଟରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା। ରାସ୍ତା ପାର୍ଶ୍ବରେ ଛିଡା ହୋଇଥିବା ଏକ ହାଇଓ୍ବା ପଛରେ ଧକ୍କା ଦେଇଥିଲା ପୋଲିସ କର୍ମଚାରୀଙ୍କ ବାଇକ। ଏଥିରେ ପାଟଣା ଥାନା ଭାଲିଆଡାଳ ଗାଁର ଅନିଲ କୁମାର ଦାସଙ୍କ ମୃତ୍ୟୁ ହୋଇଛି ।

ସେ ଘଟଗାଁରୁ ନିଜ ଗ୍ରାମକୁ ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଛି। ତାଙ୍କୁ ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ ଘଟଗାଁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.