ମାତିଛନ୍ତି ସାଇବର ଠକ: ଏସିପି ସଞ୍ଜୀବ ଶତପଥୀଙ୍କ ନାଁରେ ଲୋକଙ୍କୁ କଳାକନା ବୁଲାଇଲେ ଲୁଟେରା

ଭୁବନେଶ୍ୱର(କେନ୍ୟୁଜ୍): ମାତିଛନ୍ତି ସାଇବର ଠକ । ପୋଲିସ୍ ଏସିପିଙ୍କୁ ମଧ୍ୟ ଛାଡିଲେନି । କମିଶନରେଟ୍‌ ପୋଲିସ ଏସିପିଙ୍କ ନାଁ ଓ ଫଟୋ ବ୍ୟବହାର କରି ଠକେଇ । ଏସିପି ସଞ୍ଜୀବ ଶତପଥୀଙ୍କ ନାଁରେ ଲୋକଙ୍କୁ କଳାକନା ବୁଲାଇଲେ ଲୁଟେରା । ଏନେଇ ସୂଚନା ଦେଇଛନ୍ତି ନିଜେ ଏସିପି ସଞ୍ଜୀବ ଶତପଥୀ ।

ଏସିପିଙ୍କ ଫଟୋ ଲଗାଇ ଫେସବୁକରେ ନକଲି ଆକାଉଣ୍ଟ ଖୋଲିଛନ୍ତି ଠକ । ଯେଉଁଥିରେ ଲେଖିଛନ୍ତି, ଜଣେ ଆର୍ମି ଅଫିସରଙ୍କ ଟ୍ରାନ୍ସଫର ହୋଇଛି । ତାଙ୍କ ଘର ଓ ଘର ଭିତରେ ଥିବା ସମସ୍ତ ସାମଗ୍ରୀ ବିକ୍ରି କରିବାକୁ ଚାହୁଁଛନ୍ତି । ଏମିତି କହି ସଞ୍ଜୀବ ଶତପଥୀଙ୍କ ନାଁରେ ବିଭିନ୍ନ ଲୋକଙ୍କୁ ଯୋଗାଯୋଗ କରୁଛନ୍ତି ସାଇବର ଠକ । କିଛି ଲୋକ ଏହାକୁ ସତ ଭାବି ଟଙ୍କା ମଧ୍ୟ ଠକଙ୍କ ଆକାଉଣ୍ଟକୁ ପଠେଇ ସାରିଛନ୍ତି । ସେଭଳି ଲୋକଙ୍କଠାରୁ ଦୂରେଇ ରହିବାକୁ ଅନୁରୋଧ କରିଛନ୍ତି ଏସିପି ସଞ୍ଜୀବ ଶତପଥୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.