କଟକ ସହରରେ ଯାଇକା ଯନ୍ତ୍ରଣା, ଖାଲଖମାକୁ ମରାମତି କଲେ ଯୁବକ-ଯୁବତୀ
କଟକ(କେନ୍ୟୁଜ୍): କଟକ ସହରରେ ଯାଇକା ଯନ୍ତ୍ରଣା। ଖାଲ ଖମାରେ ପୁରି ରହିଛି ଜନଗହଳିପୂର୍ଣ୍ଣ ବାଦାମବାଡି ଅଞ୍ଚଳ। ପ୍ରତିଦିନ ବସ୍ଷ୍ଟାଣ୍ଡକୁ ୩ହଜାର ବସ୍ ଆସୁଥିବାବେଳେ ରାଜ୍ୟ ଓ ରାଜ୍ୟ ବାହାରୁ ଶହ ଶହ ପର୍ଯ୍ୟଟକ ଆସିଥାନ୍ତି। ହେଲେ ଜାଇକା ପ୍ରକଳ୍ପ ଯୋଗୁଁ ବିଭିନ୍ନ ସ୍ଥାନରେ ରାସ୍ତା ଖୋଳା ହୋଇ ଅଧପନ୍ତରିଆ ପଡିଛି। ତେବେ ସହରର କିଛି ଯୁବକ ଓ ଯୁବତୀ ଏହି ଖାଲଖମାକୁ ମରାମତି କରିଥିଲେ।