ଶ୍ରୀମନ୍ଦିରରେ ପାଳିତ ହେବ ରକ୍ଷା ବନ୍ଧନ ଉତ୍ସବ ଓ ବଳଭଦ୍ର ଜନ୍ମ, ରାକ୍ଷୀ ପ୍ରସ୍ତୁତିରେ ପାଟରା ବିଶୋୟୀ ସେବାୟତ
![rakhi](https://knewsodisha.com/wp-content/uploads/2019/08/rakhi-5.jpg)
ପୁରୀ (କେନ୍ୟୁଜ୍) : ଶ୍ରୀମନ୍ଦିରରେ ପାଳିତ ହେବ ରକ୍ଷା ବନ୍ଧନ ଉତ୍ସବ ଓ ବଳଭଦ୍ର ଜନ୍ମ। ଏଥିପାଇଁ ପ୍ରସ୍ତୁତି ଚାଲିଛି। ପ୍ରଭୁ ଶ୍ରୀବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କ ପାଇଁ ରାକ୍ଷୀ ପ୍ରସ୍ତୁତିରେ ଲାଗିଛନ୍ତି ପାଟରା ବିଷୋୟୀ ସେବାୟତ। ରଙ୍ଗ ବେରଙ୍ଗ ବାସୁଙ୍ଗୀ ପାଟରେ ୪ଟି ବଡ଼ ରାକ୍ଷୀ ତିଆରି କରୁଛନ୍ତି ସେବାୟତ। ବଡ଼ ଭାଇ ବଳଭଦ୍ରଙ୍କ ପାଇଁ ବାଇଗଣୀ ଓ ନୀଳ ରଙ୍ଗରେ ଏବଂ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଇଁ ହଳଦିଆ ଓ ନାଲି ରଙ୍ଗରେ ପ୍ରସ୍ତୁତ ହେଉଛି ରାକ୍ଷୀ। ଏହାସହ ୫୪ଟି ଗୁଆରେ ପ୍ରସ୍ତୁତ ହେଉଛି ଗୁଆମାଳ। ସେହିପରି ପାର୍ଶ୍ୱ ଦେବଦେବୀଙ୍କ ପାଇଁ ମଧ୍ୟ ରାକ୍ଷୀ ପ୍ରସ୍ତୁତ କରିଥାଆନ୍ତି ପାଟରା ବିଷୋୟୀ ସେବାୟତ। ପୂର୍ଣ୍ଣିମା ଦିନ ଶ୍ରୀମନ୍ଦିର ଗାରଦରେ ଦିଆଯିବା ପରେ ସଂହାରୀ ସେବାୟତମାନେ ଏହି ରାକ୍ଷୀକୁ ମହାପ୍ରଭୁଙ୍କ ବାହୁରେ ଲଗାଇବାର ପରମ୍ପରା ରହିଛି।