ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁ ମହାନଦୀରେ ବନ୍ୟା ଆଶଙ୍କା, ମୁକାବିଲା ପାଇଁ ୧୧ ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

କେନ୍ୟୁଜ୍: ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁ ମହାନଦୀରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି । ହେଲେ ବଡ଼ ବନ୍ୟା ହେବାର ନାହିଁ, ମଧ୍ୟମ ବନ୍ୟା ହେବ । ତେଣୁ କୌଣସି ଭୟଭୀତ ହେବାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ଜଳସମ୍ପଦ ସଚିବ । ଉପକୂଳ ଓଡ଼ିଶାରେ ବର୍ଷାର ପରିମାଣ କମ୍‌ ଥିବାରୁ ବଡ଼ ବନ୍ୟାର ଆଶଙ୍କା ନଥିବା ଜଳସମ୍ପଦ ସଚିବ ପ୍ରଦୀପ ଜେନା କହିଛନ୍ତି । ଆଜି ରାତି ୧୨ଟାରେ ମୁଣ୍ଡଳି ଅତିକ୍ରମ କରିବ ବନ୍ୟା ଜଳ । ମୁଣ୍ଡଳିରେ ସାଢେ ୧୦ ଲକ୍ଷ କ୍ୟୁସେକ୍‌ ଜଳ ପ୍ରବାହିତ ହେବ । ଏଥିପାଇଁ କଟକ, ଜଗତସିଂହପୁର, ପୁରୀ, କେନ୍ଦ୍ରାପଡ଼ା, ଯାଜପୁର ଆଦି ଜିଲ୍ଲାରେ ବନ୍ୟା ଆଶଙ୍କା ରହିଛି । ଏହାର ମୁକାବିଲା ପାଇଁ ୧୧ ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ନଦୀବନ୍ଧ ଗୁଡ଼ିକରେ ପେଟ୍ରୋଲିଂ କଡାକଡ଼ି କରାଯିବାକୁ କୁହାଯାଇଛି । ବନ୍ୟା ପ୍ରଭାବିତ ଅଞ୍ଚଳରେ ୧୨ଟି ଓଡ୍ରାଫ୍‌ ଓ ୩ଟି ଏନ୍‌ଡିଆରଏଫ୍‌ ଟିମ୍‌ ମୁତୟନ କରାଯାଇଛି । ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ରିଲିଫ୍‌ ବୋଟ୍‌କୁ ମଧ୍ୟ ରଖାଯାଇଛି । ସବୁ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳକୁ ପ୍ରସ୍ତୁତ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.