Below header

ସୁନ୍ଦରଗଡ଼ରେ ଫୁଟିଲା ଗୁଳି: ଦୁଇ ଗୁରୁତର, ୩ ଦୁର୍ବୃତ୍ତ ଫେରାର

ସୁନ୍ଦରଗଡ଼ (କେନ୍ୟୁଜ୍) : ଫୁଟିଲା ଗୁଳି । ବାଲିଶଙ୍କରା ବ୍ଲକ କୁରେଇ ପଞ୍ଚାୟତ ସରପଞ୍ଚଙ୍କ ସ୍ୱାମୀ ଓ ଜଣେ ଶିକ୍ଷକଙ୍କୁ ଗୁଳିମାଡ । ଗୁରୁତର ଅବସ୍ଥାରେ ୨ ଜଣଙ୍କୁ ସୁନ୍ଦରଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗତକାଲି ରାତି ପ୍ରାୟ ୧୦ଟା ସମୟରେ ଦୁଇ ଜଣ ପଞ୍ଚାୟତ କାର‌୍ୟ୍ୟାଳୟ ସାମ୍ନାରେ ଛିଡା ହୋଇଥିଲେ । ଏହି ସମୟରେ ୩ଜଣ ଦୁର୍ବୃତ୍ତ ଆସି ଗୁଳିମାଡ କରି ଫେରାର ହୋଇଯାଇଥିଲେ । ଖବର ପାଇ ତଳସରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ପୂର୍ବ ଶତୃତା ଓ ଠିକା କାମକୁ କେନ୍ଦ୍ର କରି ଗୁଳିମାଡ ହୋଇଥିବା ସନ୍ଦେହ କରାଯାଉଛି ।

firing

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.