ବିଦ୍ୟୁତ କାଟକୁ ନେଇ ତାତିଲେ ଲୋକେ: ଟାୟାର ଜାଳି ରାସ୍ତାରୋକ ସହ ଟାଟା କର୍ମଚାରୀଙ୍କୁ ଅଟକ

ଅଘୋଷିତ ବିଦ୍ୟୁତ କାଟକୁ ନେଇ ରାସ୍ତାରୋକ । ବ୍ରହ୍ମପୁର ଗୋଷାଣୀ ନୂଆଗାଁ ଥାନା ଅନ୍ତର୍ଗତ ଅନ୍ଧପସରା ଛକରେ ରାସ୍ତାରୋକ ।ଗତକାଲି ରାତି ୧୧ ଟାରୁ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ବିଦ୍ୟୁତ ସଂଯୋଗ ହୋଇପାରିନାହିଁ ।

ବ୍ରହ୍ମପୁର (କେନ୍ୟୁଜ): ଅଘୋଷିତ ବିଦ୍ୟୁତ କାଟକୁ ନେଇ ରାସ୍ତାରୋକ । ବ୍ରହ୍ମପୁର ଗୋଷାଣୀ ନୂଆଗାଁ ଥାନା ଅନ୍ତର୍ଗତ ଅନ୍ଧପସରା ଛକରେ ରାସ୍ତାରୋକ । ଗତକାଲି ରାତି ୧୧ ଟାରୁ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ବିଦ୍ୟୁତ ସଂଯୋଗ ହୋଇପାରିନାହିଁ । ବିଳମ୍ବିତ ରାତିରୁ ଗୋଷାଣୀ ନୂଆଗାଁ ବାସିନ୍ଦା ଟାୟାର ଜାଳି ରାସ୍ତାରୋକ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ରାସ୍ତାରୋକ ଯୋଗୁଁ ଉଭୟ ପାର୍ଶ୍ୱରେ ଗାଡ଼ିମୋଟର ଅଟକି ରହିଛି।

ପ୍ରବଳ ଗରମ ହେଉଥିବା ବେଳେ ବିଜୁଳି କାଟ୍ ଯୋଗୁଁ ଘରେ ବି ରହି ହେଉନାହିଁ । ଏପଟେ ବାହାରକୁ ଗଲେ ଖରା ତାତି, ଘରେ ରହିଲେ ଗରମ ଗୁଳୁଗୁଳି । ବିଜୁଳି ବିଭ୍ରାଟକୁ ନେଇ ଘଟଣା ସ୍ଥଳରେ ଟାଟା ପାୱାରର ବରିଷ୍ଠ ଅଧିକାରୀ ମାନଙ୍କୁ ମଧ୍ୟ ଅଟକ ରଖିଛନ୍ତି ସ୍ଥାନୀୟ ବାସିନ୍ଦା । ଗୋଷାଣୀ ନୂଆଗାଁ ଥାନା ପୋଲିସ ଉପସ୍ଥିତ ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.