ଭାସୁଛି ଉତ୍ତର ଭାରତ : ଲକ୍ଷ ଲକ୍ଷ ଲୋକ ଜଳବନ୍ଦୀ; ୭୨ ଘଣ୍ଟାରେ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ

ଉତ୍ତର ଭାରତରେ ବର୍ଷା ବିତ୍ପାତ । ବର୍ଷା ଓ ବନ୍ୟାରେ ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ, ପଞ୍ଜାବ ଓ ଜମ୍ମୁ ଓ କାଶ୍ମୀରରେ ସ୍ଥିତି ଗମ୍ଭୀର । ହିମାଚଳ ପ୍ରଦେଶରେ ଗତ ୨୪ ଘଣ୍ଟାରେ ୩୯ ସ୍ଥାନରେ ଭୂସ୍ଖଳନ ହୋଇଛି । ଗତ ଘଣ୍ଟାରେ ବିଭିନ୍ନ ରାଜ୍ୟରେ ବର୍ଷା ଯୋଗୁ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି ।

ନୂଆଦିଲ୍ଲୀ : ସଙ୍ଗୀନ ହେଉଛି ଉତ୍ତର ଭାରତ ବନ୍ୟାସ୍ଥିତି । ଦୁର୍ଦ୍ଦଶାରେ ଦେଶର ଅର୍ଦ୍ଧାଧିକ ରାଜ୍ୟ । ପ୍ରବଳ ବର୍ଷାରେ ବିପଦ ସଙ୍କେତ ଉପରେ ଅଧିକାଂଶ ନଦୀ। ଲଗାଣ ବର୍ଷାରେ ଦିଲ୍ଲୀରୁ କାଶ୍ମୀର ପର୍ଯ୍ୟନ୍ତ ବିଭିନ୍ନ ରାଜ୍ୟରେ ସୃଷ୍ଟି ହୋଇଛି ଜଳ ପ୍ରଳୟ । ବର୍ଷା ଓ ବନ୍ୟାରେ ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ, ପଞ୍ଜାବ ଓ ଜମ୍ମୁ ଓ କାଶ୍ମୀରରେ ସ୍ଥିତି ଗମ୍ଭୀର । ହିମାଚଳ ପ୍ରଦେଶରେ ଗତ ୨୪ ଘଣ୍ଟାରେ ୩୯ ସ୍ଥାନରେ ଭୂସ୍ଖଳନ ହୋଇଛି ।

ଗତ ଘଣ୍ଟାରେ ବିଭିନ୍ନ ରାଜ୍ୟରେ ବର୍ଷା ଯୋଗୁ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି । ସେଥିମଧ୍ୟରେ ଉତ୍ତର ପ୍ରଦେଶରେ ସର୍ବାଧିକ ୪୨ଜଣ, ହିମାଚଳପ୍ରଦେଶରେ ୩୦, ଜମ୍ମୁ-କାଶ୍ମୀରରେ ୧୫, ଉତ୍ତରାଖଣ୍ଡରେ ୯, ରାଜସ୍ଥାନରେ ୭ ଓ ଦିଲ୍ଲୀରେ ୬ଜଣ ପ୍ରାଣ ହରାଇଛନ୍ତି । ସବୁଠୁ ଅଧିକ ପ୍ରଭାବିତ ହିମାଚଳ ପ୍ରଦେଶ। ଧସୁଛି ପାହାଡ଼। ମନାଲିରେ ଜଳସ୍ରୋତରେ ଭାସିଗଲା ଟ୍ରକ। ଉତ୍ତରାଖଣ୍ଡରେ ହିମବାହ ଫାଟି ଗାଁ ଧୋଇଯାଇଛି। ଉଦ୍ଧାର କାର୍ଯ୍ୟରେ ସେନା ଓ ଏନଡିଆରଏଫ ମୁତୟନ ହୋଇଛନ୍ତି। ତ୍ତରାଖଣ୍ଡରେ ବନ୍ୟା ଓ ଭୂସ୍ଖଳନ। ବଢ଼ିପାରେ ବର୍ଷା । ଜାରି ହୋଇଛି ରେଡ ଆଲର୍ଟ ।

ଡେରାଡୁନରେ ବନ୍ୟାଅଞ୍ଚଳ ପରିଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ । ସେହିପରି ଉତ୍ତରପଶ୍ଚିମ ଉତ୍ତରପ୍ରଦେଶରେ ବି ପ୍ରବଳ ବର୍ଷାର ସମ୍ଭାବନା ଥିବା ପୂର୍ବାନୁମାନ କରିଛି ଆଇଏମଡି । ଦିଲ୍ଲୀରେ ବିପଦ ସଂକେତ ଉପରେ ଯମୁନା ନଦୀ ପ୍ରବାହିତ ହେଉଛି । ଏପଟେ ବର୍ଷା କମିବା ପରେ ଜୋରସୋରେ ଚାଲିଛି ଉଦ୍ଧାର କାମ । ମୁତୟନ ଅଛି ଏନଡିଆରଏଫର ୩୯ ଟିମ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.