ଭିଜିଲାନ୍ସ ଜାଲରେ ରାଉରକେଲା ଏଡିଏମ୍‌ ଅଫିସର ଆସିଷ୍ଟାଣ୍ଟ କଲେକ୍ଟର, ୭ଟି ଟିମ୍‌ ରେଡ୍‌ରେ ସାମିଲ

ରାଉରକେଲା (କେନ୍ଯୁଜ୍): ଭିଜିଲାନ୍ସ ଜାଲରେ ସରକାରୀ ବାବୁ। ରାଉରକେଲା ଏଡିଏମ୍‌ ଅଫିସର ଆସିଷ୍ଟାଣ୍ଟ କଲେକ୍ଟର ମନୋରଞ୍ଜନ ନାଏକଙ୍କ ଘରେ ଭିଜିଲାନ୍ସ ରେଡ୍‌। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଛେଣ୍ଡ ବାସଭବନ ସମେତ ଅନ୍ୟ ଘରେ ଚାଲିଛି ଚଢ଼ାଉ । ଭିଜିଲାନ୍ସର ୭ଟି ଟିମ୍‌ ରେଡ୍‌ରେ ସାମିଲ ହୋଇଛନ୍ତି।

ଛେଣ୍ଡ୍ ସ୍ଥିତ ୨ଟି ଘର, କାର୍ଯ୍ୟାଳୟ , ଭୁବନେଶ୍ୱର ଗୋଠପଟାଣାରେ ଥିବା ଅପାଟମେଣ୍ଟ ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ରାଉରକେଲା, ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ଦେବଗଡ଼ର ଜିଲ୍ଲାର ଭିଜିଲାନ୍ସ ଟିମ୍‌ ମିଳିତ ଭାବେ ଏହି ଚଢ଼ାଉ କରିଛନ୍ତି।  ଅଭିଯୋଗ ଆଧାରରେ ଭିଜିଲାନ୍ସ ବିଭାଗ ଘଟଣାର ତଦନ୍ତ କରି ଆଜି ଭୋରରୁ ମନୋରଞ୍ଜନ ଘରେ ଚଢ଼ାଉ କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.