Below header

ଅରୁଣାଚଳ ପ୍ରଦେଶର କାମେଙ୍ଗ ସେକ୍ଟରରେ ହିମସ୍ଖଳନ, ୭ ଯବାନ ନିଖୋଜ

ଅରୁଣାଚଳପ୍ରଦେଶ: ଅରୁଣାଚଳରେ ହିମସ୍ଖଳନ । ୭ ଯବାନ ନିଖୋଜ । ଅରୁଣାଚଳ ପ୍ରଦେଶର କାମେଙ୍ଗ ସେକ୍ଟରରେ ହିମସ୍ଖଳନ । ଏଥିରେ ଭାରତୀୟ ସେନାର ୭ ଯବାନ ଫସି ରହିଥିବା ଜଣାପଡିଛି । ଯବାନଙ୍କୁ ଉଦ୍ଧାର କରିବାକୁ ଅପରେସନ ଆରମ୍ଭ ହୋଇଛି ବୋଲି ସେନା ପକ୍ଷରୁ କୁହାଯାଇଛି ।

ଯବାନମାନେ ପାଟ୍ରୋଲିଂ ପାଇଁ ଯାଇଥିବା ବେଳେ ଏହି ଅଘଟଣ ଘଟିଛି । ଯବାନଙ୍କୁ ଖୋଜିବା ପାଇଁ ବିଶେଷଜ୍ଞ ଦଳର ସହାୟତା ନିଆଯାଇଛି । ଆକାଶମାର୍ଗରୁ ଏହି ବିଶେଷଜ୍ଞ ଦଳକୁ ପଠାଯାଇଛି । ବର୍ତ୍ତମାନ ଅରୁଣାଚଳ ପ୍ରଦେଶର ବିଭିନ୍ନ ଅଞ୍ଚଳରେ ଗତ କିଛି ଦିନ ହେଲା ପାଣିପାଗ ଖରାପ ରହିଥିବା ବେଳେ ପ୍ରବଳ ତୁଷାରପାତ ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.