Below header

ରାଉରକେଲା: ପୁଣି ପିଲା ଚୋରି ଅଭିଯୋଗ, ୧୪ ବର୍ଷୀୟା ନାବାଳିକାକୁ ଅପହରଣ କରି ନେଉଥିବା ବେଳେ ମଧ୍ୟପ୍ରଦେଶ ସୀମାରୁ ଧରିଲା ପୋଲିସ

ରାଉରକେଲା(କେନ୍ୟୁଜ୍):  ରାଉରକେଲା ସହରର ନୟାବଜାର ଅଞ୍ଚଳରୁ ଜନୈକା ୧୪ ବର୍ଷୀୟା ନାବାଳିକାକୁ ଅପହରଣ କରି ଦିଲ୍ଲୀ ନେଉଥିବା ବେଳେ  ରାଉରକେଲା ପୋଲିସ ଛତିଶଗଡ଼ ଓ ମଧ୍ୟପ୍ରଦେଶ ସୀମାରେ ଥିବା  ଅନୁପନଗର ଷ୍ଟେସନରୁ ଉଦ୍ଧାର କରିଛି । ଗତ ୨୮ତାରିଖଦିନ ସକାଳୁ ନୟା ବଜାର ଅଞ୍ଚଳରେ ରହୁଥିବା ନାବାଳିକାଟି ନିଖୋଜ ହେବା ପରେ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ ପ୍ଲାଣ୍ଟ ସାଇଟ୍ ଥାନାରେ ନିଖୋଜ ନେଇ ମାମଲା ରୁଜ୍ଜୁ କରିଥିଲେ ।

ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ କରି ସନ୍ଦିଗ୍ଧ ମାନଙ୍କୁ ଟ୍ରାକିଙ୍ଗ କରିବା ଆରମ୍ଭ ହୋଇଥିଲେ । ଉତ୍କଳ ଏକ୍ସପ୍ରେସରେ ଜଣେ ସନ୍ଦିଗ୍ଧ ମହିଳାଙ୍କ ସହ ନାବାଳିକା ଜଣକ ଯାଇଥିବା ଖବର ପାଇବା ପରେ ଚକ୍ରଧରପୁର ରେଳବାଇ ଡିଭିଜନର ସିକ୍ୟୁରିଟି କଣ୍ଟ୍ରୋଲ ଦାୟିତ୍ଵରେ ଥିବା ଆରପିଏଫ ଅଧିକାରୀଙ୍କୁ ଜଣାଇଥିଲେ । ଚଳନ୍ତା ଟ୍ରେନରେ ଆଣ୍ଟିହ୍ୟୁମାନ ଟ୍ରାଫିକିଙ୍ଗ ସ୍କ୍ୱାର୍ଡ ପହଞ୍ଚି ନାବାଳିକା ଓ ତାକୁ ଅପହରଣ କରି ନେଉଥିବା ମହିଳା ଗୁରୁବାରୀ ପୂର୍ତୀକୁ ଅଟକ ରଖିଥିଲେ ।

ଘଟଣା ସମ୍ପର୍କରେ ଖବର ପାଇ ପ୍ଲାଣ୍ଟ ସାଇଟ୍ ଥାନା ପୋଲିସ ଅନୁପନଗର ଥାନାରୁ ନାବାଳିକାକୁ ଉଦ୍ଧାର କରିବା ସହ ଅପହରଣକାରୀ ମହିଳାକୁ ଗିରଫ କରିଥିଲେ । ରାଉରକେଲାରେ ପହଞ୍ଚିବା ପରେ ଅଭିଯୁକ୍ତ ଗୁରବାରୀ ପୂର୍ତୀକୁ କୋର୍ଟ ଚାଲାଣ କରାଯାଇଛି । ଅପହୃତା ନାବାଳିକାକୁ ଶିଶୁ ମଙ୍ଗଳ ଅଧିକାରୀଙ୍କ ନିକଟରେ ହାଜର କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.