Below header

BCCI ସଚିବ ଜୟ ଶାହ ହେଲେ ACCର ସବୁଠାରୁ ଯୁବ ଅଧ୍ୟକ୍ଷ, ଶୁଭେଚ୍ଛା ଜଣାଇଲେ ଗାଙ୍ଗୁଲି

ବିସିସିଆଇର ସଚିବ ଜୟ ଶାହଙ୍କୁ ଶନିବାର ଦିନ ACCର ଅଧ୍ୟକ୍ଷ ଭାବେ ଚୟନ ହୋଇଛନ୍ତି। ନାଜମୁଲ ହାସନଙ୍କ ସ୍ଥାନ ନେଲେ ଜୟ। ୩୨ ବର୍ଷୀୟ ଜୟ ଶାହ ACCର ଅଧ୍ୟକ୍ଷ ଭାବେ ଚୟନ ହୋଇଥିବା ସବୁଠାରୁ ଯୁବ ପ୍ରଶାସକ। ଜୟ ଶାହଙ୍କୁ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଶୁଭେଚ୍ଛା ଜଣାଇଛନ୍ତି।

ACCର ଅଧ୍ୟକ୍ଷ ପଦ ଗ୍ରହଣ କରିବା ପରେ ବିସିସିଆଇ କୋଷାଧ୍ୟକ୍ଷ ଅରୁଣ ଧୁମଲ ଜୟ ଶାହଙ୍କୁ ଟୁଇଟ କରି ଅଭିନନ୍ଦନ ଜଣାଇଛନ୍ତି। ଟୁଇଟ୍ କରି ଧୁମଲ ଲେଖିଛନ୍ତି ଯେ , ଏସିଆନ୍ କ୍ରିକେଟ କାଉନସିଲର ଅଧ୍ୟକ୍ଷ ନିର୍ବାଚିତ ହୋଇଥିବା ଜୟ ଶାହଙ୍କୁ ଅଭିନନ୍ଦନ। ଏସିସି ଆପଣଙ୍କ ନେତୃତ୍ବରେ ଆଗକୁ ଯିବ ବୋଲି ଆଶା ଏବଂ ସମଗ୍ର ଏସିଆ ମହାଦେଶରେ ବିଭିନ୍ନ ଦେଶର କ୍ରିକେଟରମାନଙ୍କୁ ଏହା ଦ୍ବାରା ଲାଭ ମିଳିପାରିବ। ସୂଚନାଯୋଗ୍ୟ, ପ୍ରତି ୨ ବର୍ଷରେ ଏସିଆନ୍ କ୍ରିକେଟ୍ କାଉନସିଲର ସମସ୍ତ ସଦସ୍ୟଙ୍କ ମଧ୍ୟରୁ ଏହି ପଦବୀ ଲାଗି ଜଣଙ୍କୁ ମନୋନୀତ କରାଯାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.