ସରକାରୀ ଚାକିରି ନିଶା: ୨୪ ବର୍ଷ ହେବ ଜାଲ ଜାତିଗତ ପ୍ରମାଣପତ୍ର ଦେଖାଇ ଚାକିରି କରିଥିଲେ ବରିଷ୍ଠ କିରାଣୀ,ଜିଲ୍ଲାପାଳ କଲେ ସିଧା ବିଦା

ମାଲକାନଗିରି(କେନ୍ୟୁଜ୍):  ଜାଲ ଜାତିଗତ ପ୍ରମାଣ ପତ୍ର ଦେଖାଇ ଚାକିରି କରିବା ଓ ପଦୋନ୍ନତି ପାଇଥିବା ଜଣେ ବରିଷ୍ଠ କିରାଣୀଙ୍କୁ ବିଦା କରିଛନ୍ତି ମାଲକାନଗିରି ଜିଲ୍ଲାପାଳ ଓ୍ଵାଇ ବିଜୟ । ବହିଷ୍କୃତ କର୍ମଚାରି ଜଣକ ହେଉଛନ୍ତି ମାଲକାନଗିରି କଲ୍ୟାଣ ବିଭାଗରେ କାର୍ଯ୍ୟ କରୁଥିବା ବରିଷ୍ଠ କିରାଣୀ ଲକ୍ଷ୍ମୀପ୍ରିୟା ବେହେରା । ଅଭିଯୋଗ ପରେ ହୋଇଥିବା ଖୋଳତାଡରୁ ୨୪ ବର୍ଷ ତଳେ ହୋଇଥିବା ଜାଲିଆତି ସାମ୍ନାକୁ ଆସିଥିଲା । ଏହାପରେ ଚାକିରୀରୁ ବିଦା ହୋଇଛନ୍ତି ଲକ୍ଷ୍ମୀପ୍ରିୟା ।

ଲକ୍ଷ୍ମୀପ୍ରିୟା ବେହେରା ଗତକିଛି ଦିନ ହେଲା ଛୁଟିରେ ଥିବାରୁ ସେ ନିଜର ବହିଷ୍କୃତ ପତ୍ରକୁ ଗ୍ରହଣ କରି ପାରି ନାହାନ୍ତି । ତାଙ୍କ ବାସ ଭବନ ସମ୍ମୁଖରେ ନୋଟିସ୍‌ ଲଗାଇ ଦିଆଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ତଦନ୍ତରୁ ଜଣାପଡିଥିଲା ଯେ, ଲକ୍ଷ୍ମୀପ୍ରିୟା ଏସଇବିସି କ୍ୟାଟାଗୋରୀର ହୋଇଥିବା ବେଳେ ଜଣେ ଆଦିବାସୀ ବ୍ୟକ୍ତିଙ୍କୁ ବାହା ହୋଇ ଜୁନାଗଡ ତହସିଲ ଅଫିସରୁ ଆଦିବାସୀ ପ୍ରମାଣ ପତ୍ର ହାସଲ କରିଥିଲେ । ଏନେଇ ମାଲକାନଗିରି ଜିଲ୍ଲାପାଳ ଜାଣିବା ପରେ ତାଙ୍କୁ ବହିଷ୍କାର କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.