Below header

ପୁରୀ : ଜାତୀୟ ସ୍ତରୀୟ ଦିବ୍ୟାଙ୍ଗ ଖେଳାଳିଙ୍କୁ ଜଗା ଦର୍ଶନ କରାଇଲେ ଆରପିଏଫ ପୋଲିସ, ଚାରିଆଡୁ ପ୍ରଶଂସା

ପୁରୀ : ପୁରୀ ଆରପିଏଫ ପୋଲିସର ମହାନତା। ଜଣେ ଦିବ୍ୟାଙ୍ଗଙ୍କୁ ଜଗା ଦର୍ଶ କରାଇଲେ ଆରପିଏଫ ପୋଲିସ । ଖେଳାଳି ଜଣକ ପୁରୀ ଆସିଥିଲେ। ଆଉ ଇଚ୍ଛା କରିଥିଲେ ମହାପ୍ରଭୁଙ୍କ ଦର୍ଶନ କରିବା ପାଇଁ। କିନ୍ତୁ ଟ୍ରେନରୁ ଓହ୍ଲାଇବା ପାଇଁ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଦିବ୍ୟାଙ୍ଗ ଖେଳାଳି ଜଣଙ୍କ ହେଉଛନ୍ତି ଗୁଜୁରାଟ ବରୋଦାର ଜୟେଶ କୁମାର ଶାହା । ଏହି ସମୟରେ ଜଣେ ଆରପିଏଫ ଅଧିକାରୀଙ୍କ ସହଯୋଗରେ ସେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରି ଫେରିଛନ୍ତି।

ଜୟେଶ ହେଉଛନ୍ତି ଜଣେ ଜାତୀୟସ୍ତରୀୟ ପାରା ଆଥଲେଟ୍ । ଭୁବନେଶ୍ୱର ସ୍ଥିତ କିଟ୍ ବିଶ୍ଵବିଦ୍ୟାଳୟ ପରିସରରେ ୨୯ରୁ୩୧ ଯାଏଁ ଅନୁଷ୍ଠିତ ପାରା ଆଥଲେଟ୍ ପ୍ରତିଯୋଗିତାରେ ଭାଗ ନେବା ପାଇଁ ସେ ଆସିଛନ୍ତି।ଆରପିଏଫ ଏସଆଇ ଅମର ନାଥ ନାୟକ ସହଯୋଗର ହାତ ବଢ଼ାଇ ତାଙ୍କୁ ଅହମଦାବାଦ – ପୁରୀ ଏକ୍ସପ୍ରେସ ଟ୍ରେନରୁ ଓହ୍ଲାଇ ଅଟୋ ଯୋଗେ ଶ୍ରୀମନ୍ଦିର ନେଇ ଦର୍ଶନ କରାଇଥିଲେ।ଆରପିଏଫ ପୋଲିସର ଏହି ମହାନ୍ କାର୍ଯ୍ୟକୁ ସାଧାରଣରେ ବେଶ୍ ପ୍ରଶଂସା କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.