ସୁବର୍ଣ୍ଣପୁର ବାଘଲପୁର ଗାଁ ନିକଟରେ ବନ୍ଧୁକ ଦେଖାଇ ୨୧ ଲକ୍ଷ ଟଙ୍କା ଲୁଟ୍

ସୁବର୍ଣ୍ଣପୁର: ସୁବର୍ଣ୍ଣପୁରରେ ବନ୍ଧୁକ ଦେଖାଇ ୨୧ ଲକ୍ଷ ଟଙ୍କା ଲୁଟ୍‌ ଅଭିଯୋଗ । ଧର୍ମଶାଳା ଫାଣ୍ଡିରୁ ଦେଢ କିମି ଦୂର ବାଘଲପୁର ଗାଁ ନିକଟରେ ଏହି ଲୁଟ୍‌ ହୋଇଛି । ସୁବର୍ଣ୍ଣପୁର ବରୋଦା ବ୍ୟାଙ୍କରୁ ଠିକା କର୍ମଚାରୀ ସୁଧାଂଶୁ ପଧାନ ଓ ସୁନିଲ ମହାରଣା ୨୧ ଲକ୍ଷ ଟଙ୍କା ଧରି ଉଲୁଣ୍ଡା ଏଟିଏମକୁ ଭର୍ତ୍ତି କରିବା ପାଇଁ ଯାଉଥିଲେ ।

ଗୋଟିଏ ବ୍ୟାଗରେ ୧୧ ଲକ୍ଷ ଟଙ୍କା ଓ ଅନ୍ୟ ବ୍ୟାଗରେ ୧୦ ଲକ୍ଷ ଟଙ୍କା ଥିଲା । ଉଭୟେ ବାଘଲପୁର ଗାଁ ପାର୍‌ ହେଲା ପରେ ୬ ଜଣ ଡକାୟତ ୩ଟି ବାଇକରେ ଆସିଥିଲେ । ପ୍ରଥମେ ସୁଧାଂଶୁଙ୍କ ବାଇକୁ ଧକ୍କା ମାରି ପକାଇ ଦେଇଥିଲେ । ପରେ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଉଭୟଙ୍କଠାରୁ ଟଙ୍କା ଥିବା ବ୍ୟାଗ ଛଡାଇ ନେଇଥିବା ଅଭିଯୋଗ ହୋଇଛି । ଏନେଇ ଧର୍ମଶାଳା ଫାଣ୍ଡିରେ ଅଭିଯୋଗ କରିଛନ୍ତି ସୁଧାଂଶୁ । ଡକାୟତମାନେ ଗୋଟିଏ ନମ୍ବର ବିହୀନ ଗାଡି ଘଟଣାସ୍ଥଳରେ ଛାଡି ପଳାଇଥିବା ବେଳେ ଗାଡିକୁ ପୋଲିସ ଜବତ କରିଛି । ଘଟଣା ସ୍ଥଳରେ ଅତିରିକ୍ତ ଏସ୍‌ପି ପହଞ୍ଚି ତଦନ୍ତ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.