Below header

ଚୂଡ଼ାନ୍ତ ହେଲା ପୁରୀ ଶ୍ରୀମନ୍ଦିର ଐତିହ୍ୟ କରିଡର ଚିଠା ପ୍ରସ୍ତାବ, ୮ଶହ କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ

କେନ୍ୟୁଜ୍(ବ୍ୟୁରୋ):  ଚୂଡ଼ାନ୍ତ ହେଲା ପୁରୀ ଶ୍ରୀମନ୍ଦିର ଐତିହ୍ୟ କରିଡର ଚିଠା ପ୍ରସ୍ତାବ। ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପରିଚାଳନା କମିଟି ଗୁରୁତ୍ୱପୂର୍ଣ୍ଣ ବୈଠକ ଏହାକୁ ଅନୁମୋଦନ କରାଯାଇଛି। ୮ଶହ କୋଟି ଟଙ୍କାର ଐତିହ୍ୟ ପ୍ରକଳ୍ପକୁ ଅନୁମୋଦନ କରାଯାଇଛି। ୩ଟି କମିଟିର ୫୨ଟି ବୈଠକରେ ପ୍ରକଳ୍ପ ଚିଠା ନେଇ ଆଲୋଚନା କରିଥିଲେ। ନିଳାଦ୍ରୀ ଭକ୍ତ ନିବାସରେ ହୋଇଥିବା ବୈଠକରେ ମୁଖ୍ୟ ଶାସନ ସଚିବ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସ୍‌ପି ଯୋଗ ଦେଇଥିଲେ।

ଶ୍ରୀମନ୍ଦିର ପରିଚାଳନା କମିଟିର ସେବାୟତ ସଦସ୍ୟଙ୍କ ସହ ଅନ୍ୟ ସଦସ୍ୟମାନେ ବୈଠକରେ ଉପସ୍ଥିତ ଥିଲେ। ଏହା ପୂର୍ବରୁ ପରିଚାଳନା କମିଟିର ସଦସ୍ୟମାନେ ଶ୍ରୀମନ୍ଦିର ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ। ଐତିହ୍ୟ କରିଡୋରର ଯୋଜନା ପାଇଁ ରାଜ୍ୟ ସରକାର ଜନସାଧାରଣ, ଭକ୍ତ ଓ ବିଶେଷଜ୍ଞଙ୍କଠାରୁ ମତାମତ ଆହ୍ଵାନ କରିଥିଲେ। ଏହି ମତାମତ ଆଧାରରେ ଐତିହ୍ୟ କରିଡର ସୌନ୍ଦର୍ଯ୍ୟକରଣ ପାଇଁ ହୋଇଥିବା ଯୋଜନାକୁ ଚୂଡାନ୍ତ ରୂପ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.