Below header

ହରିଣ ଶିକାର କରିବାକୁ ଚିତାବାଘର ଅଦ୍ଭୁତ ଚାଲ୍‌ : ରାସ୍ତାରେ ପଡ଼ିରହିଲା ପଥର ପରି, ଭିଡିଓ ଦେଖିଲେ ଆପଣ ବି ହୋଇଯିବେ ଚକିତ

ଶିକାରୀ ଓ ଶିକାର ମଧ୍ୟରେ ସବୁବେଳେ ଚାଲିଥାଏ ଛକାପଞ୍ଝା । ଶିକାରୀ ଯେତେ ଚାଲାକ୍‌ ହେଲେ ବି ଶିକାର ମଧ୍ୟ ନିଜକୁ ସର୍ବଦା ସୁରକ୍ଷିତ ରଖିବାକୁ ଚାହିଁଥାଏ । ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଠି ହରିଣକୁ ଶିକାର କରିବା ପାଇଁ ଏକ ଚିତାବାଘ ଏମିତି କିଛି ଚାଲାକ୍‌ କାମ କରିଛି । ହରିଣଟି ଆସୁଥିବାର ଦେଖି ଚିତାବାଘ ରାସ୍ତାରେ ଏକ ପଥର ଭଳି ପଡିବାର ଅଭିନୟ କରୁଛି ।

ହରିଣଟି ଯେତେବେଳେ ତା’ଆଡକୁ ଚାହିଁଛି ପ୍ରଥମେ ଏହାକୁ ଏକ ପଥର ଭାବି ହାଲ୍‌କା ଭାବରେ ନେଇଛି । ବାଘ ଚୁପ୍‌ଚାପ୍‌ ତା’ର ହାତ ପାଆନ୍ତାରେ ଶିକାରଟିକୁ ପାଇବାକୁ ଅପେକ୍ଷା କରିଛି । ହେଲେ ହରିଣଟି ଯେତେବେଳେ ପରେ ତାକୁ ନିରୀକ୍ଷଣ କରିଛି । ସେତେବେଳେ ଅଭ୍ୟାଶ ବଶତଃ ବାଘର ଲାଞ୍ଜ ହଲିଯାଇଛି । ହରିଣଟି ଏହା ଦେଖି ସେଠାରୁ ଜୀବନ ବଞ୍ଚାଇ ଖୁବ୍‌ ଜୋରରେ ଦୌଡ଼ିବାକୁ ଲାଗିଛି ।

ଶିକାରଟି ହାତ ପାଆନ୍ତାରୁ ଖସି ଯିବା ଦେଖି ପଥର ଭାବେ ପଡ଼ି ରହିଥିବା ବାଘ ଏଥର ମନ ଦୁଃଖରେ ଉଠି ଯିବାକୁ ଲାଗିଛି । ଏହି ଭିଡିଓଟି ସେୟାର କରିବା ବେଳେ କ୍ୟାପ୍‌ସନରେ ଏକ ମଜାଦାର କଥା ଲେଖାଯାଇଛି ‘Even a rock can move in jungle’ . ଅର୍ଥାତ୍‌ ଜଙ୍ଗଲରେ ବି ପଥର ହଲିପାରେ । ଏହି ଭିଡିଓଟି ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ୍‌ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.