ମାର୍ଚ୍ଚ ମାସରେ ୫୦ ବର୍ଷରୁ ଅଧିକ ବୟସ୍କଙ୍କୁ ଦିଆଯିବ କୋଭିଡ୍‌ ଟିକା

କେନ୍ୟୁଜ୍(ବ୍ୟୁରୋ):  ମାର୍ଚ୍ଚ ମାସରେ ୫୦ ବର୍ଷରୁ ଅଧିକ ବୟସ୍କଙ୍କୁ ଦିଆଯିବ କୋଭିଡ୍‌ ଟିକା । ଆମେ ଏଭଳି ସ୍ଥିତିରେ ପହଞ୍ଚି ଯାଇଥିବା କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡାକ୍ତର ହର୍ଷ ବର୍ଦ୍ଧନ । ଏବେ ସ୍ୱାସ୍ଥ୍ୟକର୍ମୀ ଓ ଅନ୍ୟ କୋଭିଡ ଯୋଦ୍ଧାଙ୍କୁ ଟିକା ଦିଆଯାଉଛି । ୮୦ ରୁ ୮୫ ପ୍ରତିଶତ ଫ୍ରଣ୍ଟଲାଇନ୍‌ କର୍ମଚାରୀ ଟିକା ନେଇ ସାରିଲେଣି । ଦେଶରେ ଦ୍ୱିତୀୟ ଡୋଜ୍‌ ଟିକାକରଣ ମଧ୍ୟ ଆରମ୍ଭ ହୋଇସାରିଛି । ଭାରତରେ ସଂକ୍ରମଣ ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି।

ଗତ ୭ ଦିନ ମଧ୍ୟରେ ଦେଶର ୧୮୮ଟି ଜିଲ୍ଲାରେ ଆଦୌ ନୂଆ ସଂକ୍ରମଣ ହୋଇ ନାହିଁ । ଏହା ଏକ ଶୁଭ ସୂଚନା । ତେବେ ପ୍ରକୃତ ଟିକା ସହ ସାମାଜିକ ଟିକାକୁ ଗୁରୁତ୍ୱ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । କରୋନା ସତର୍କତା ଜାରି ରଖିବାକୁ ସେ ପରାମର୍ଶ ଦେଇଛନ୍ତି । ଅନ୍ୟପଟେ ପ୍ରିକ୍ଲିନିକାଲ, କ୍ଲିନିକାଲ ଓ ଆଡଭାନ୍ସ ପର୍ଯ୍ୟାୟରେ ୧୮ରୁ ୨୦ଟି ଟିକା ରହିଛି । ଆସନ୍ତା କିଛି ମାସ ମଧ୍ୟରେ ଏଗୁଡ଼ିକୁ ଆଶାକରାଯାଉଥିବା ହର୍ଷ ବର୍ଦ୍ଧନ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.