Below header

ପଶ୍ଚିମ ଓଡ଼ିଶା ବିକାଶ ପରିଷଦକୁ ଦିଆଯାଉଥିବା ଅନୁଦାନକୁ ଦି ଗୁଣ କଲେ ମୁଖ୍ୟମନ୍ତ୍ରୀ

କେନ୍ୟୁଜ୍(ବ୍ୟୁରୋ):  ଫୋକସରେ ପଶ୍ଟିମ ଓଡ଼ିଶା। କଳାହାଣ୍ଡି ଗସ୍ତର ମାସକ ପରେ କାଲି ମୁଖ୍ୟମନ୍ତ୍ରୀ ସୁନ୍ଦରଗଡ଼ ଯାଉଛନ୍ତି। ଏହି ଗସ୍ତ ପୂର୍ବରୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦକୁ ଦିଆଯାଉଥିବା ଅନୁଦାନକୁ ଦି ଗୁଣ କରାଯାଇଛି। ଡବ୍ଲୁଓଡିସି ପାଣ୍ଠିକୁ ଶହେ କୋଟି ଟଙ୍କା ଦିଆଯାଉଥିଲା। ଏବେ ଏହାକୁ ୨ଶହ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ଡବ୍ଲୁଓଡିସିକୁ ନେଇ ସମୀକ୍ଷା କରି ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି। ଅଞ୍ଚଳର ବହୁବିଧ ଉନ୍ନତି ଓ ଆଞ୍ଚଳିକ ବୈଷ୍ୟମ୍ୟ ଦୂର ଲାଗି ହେଉଥିବା କାର୍ଯ୍ୟ ପରିସର ବୃଦ୍ଧି ପାଇଁ ଅନୁଦାନକୁ ଦି ଗୁଣା କରାଯାଇଛି।

ଏହାସହ ପଶ୍ଚିମ ଓଡ଼ିଶାର ସବୁ ଜିଲ୍ଲାରେ ଖୋଲିବ ଡବ୍ଲୁଓଡିସି ଅଫିସ। ଅନୁଗୁଳ ଆଠମଲ୍ଲିକ ଉପଖଣ୍ଡରେ ମଧ୍ୟ କାର୍ଯ୍ୟାଳୟ ଖୋଲିବ। ଏଣିକି ପଶ୍ଚିମ ଓଡ଼ିଶାରେ ଯେଉଁ ସବୁ ବୃହତ୍ତ ଭିତ୍ତିଭୂମି ପ୍ରକଳ୍ପ କାମ ହେଉଛି, ତାକୁ ତ୍ୱରାନ୍ଵିତ କରିବା ଦିଗରେ କାମ କରିବ ଡବ୍ଲୁଓଡିସି। ଆର୍ଥିକ ବିକାଶ ପାଇଁ ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲାରେ ବିଭିନ୍ନ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପକୁ ପ୍ରୋତ୍ସାହିତ କରିବା ଦିଗରେ କାମ କରିବ ଡବ୍ଲୁଓଡିସି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.