Below header

ପୂଜା ଛୁଟିରେ ଖୋଲା ରହିବ ଆରଟିଓ ଅଫିସ୍‌ର ପଞ୍ଜିକରଣ ବିଭାଗ

ଭୁବନେଶ୍ବର(କେନ୍ୟୁଜ୍): ପୂଜା ଛୁଟିରେ ଖୋଲା ରହିବ ଆରଟିଓ ଅଫିସ୍‌ର ପଞ୍ଜିକରଣ ବିଭାଗ । ଅକ୍ଟୋବର ୫ରୁ ୭ ତାରିଖ ଅପରାହ୍ନ ୩ଟାରୁ ୫ଟା ଯାଏ ଖୋଲା ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ପରିବହନ କମିଶନର । ଗାଡି ଡିଲରମାନେ ରେଜିଷ୍ଟ୍ରେସନ୍‌ ପାଇଁ ଆବଶ୍ୟକ କାଗଜପତ୍ର ଅଫିସ୍‌ରେ ଦାଖଲ କରି ରେଜିଷ୍ଟ୍ରେସନ୍‌ ନମ୍ବର ନେଇପାରିବେ । ଏହା ସହ ଦଶହରା ପୂଜା ବେଳେ କୌଣସି ଗାଡ଼ି ଡିଲର ବିନା ରେଜିଷ୍ଟ୍ରେସନ୍‌ରେ ଗାଡି ବିକ୍ରି କରିପାରିବେ ନାହିଁ । ଏପରିକି ବିନା ରେଜିଷ୍ଟ୍ରେସନ୍‌ରେ ସୋରୁମ୍‌ ମାଲିକ ଗାଡି ବିକ୍ରି କଲେ ସେମାନଙ୍କ ଲାଇସେନ୍ସ ରଦ୍ଦ ହେବ । ପଞ୍ଜୀକରଣ ହୋଇନଥିବା ଗାଡ଼ି ବିକ୍ରି ନକରିବେ ସେନେଇ ତଦାରଖ କରିବାକୁ ଆଇଟିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପରିବହନ କମିନଶର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.