ପଡ଼ୋଶୀ ରାଜ୍ୟରୁ ଓଡ଼ିଶା ଆସିଲେ ଆରଟିପିସିଆର ଟେଷ୍ଟ ବାଧ୍ୟତାମୂଳକ, ନଚେତ ୭ ଦିନ ସଂଗରୋଧରେ ରହିବାକୁ ପଡ଼ିବ

କେନ୍ୟୁଜ୍(ବ୍ୟୁରୋ):  ଅଧିକ କରୋନା ସଂକ୍ରମିତ ରାଜ୍ୟ ଓ ପଡ଼ୋଶୀ ରାଜ୍ୟରୁ ଓଡ଼ିଶା ଆସିଲେ ଆରଟିପିସିଆର ଟେଷ୍ଟ ବାଧ୍ୟତାମୂଳକ । ତିନି ଦିନ ମଧ୍ୟରେ ଆରଟିପିସିଆର ଟେଷ୍ଟ କରିବାକୁ ପଡ଼ିବ । RT-PCR ଟେଷ୍ଟ ନ କଲେ ୭ ଦିନ ସଂଗରୋଧରେ ରହିବାକୁ ପଡ଼ିବ । ଏନେଇ ଆଗାମୀ ଦିନରେ ସରକାର ପଦକ୍ଷେପ ନେବାକୁ ଯାଉଥିବା ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି । ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରୁ ସର୍ବାଧିକ ୫୯ ହଜାର ୯୦୭ ନୂଆ କେସ୍‌ ବାହାରିଛି । ପଡ଼ୋଶୀ ରାଜ୍ୟରେ କରୋନା ଭାଇରସ ମାଡୁଥିବାରୁ ଓଡ଼ିଶା ପାଇଁ ଚିନ୍ତାର କାରଣ ପାଲଟିଛି ।

ସେପଟେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ସୁନ୍ଦରଗଡ଼,ଝାରସୁଗୁଡ଼ା, ସମ୍ବଲପୁର ବରଗଡ଼, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ଗଞ୍ଜାମ, ଗଜପତି, ରାୟଗଡ଼ା, କେନ୍ଦୁଝର, ମୟୂରଭଞ୍ଜ ଏବଂ ବାଲେଶ୍ୱରରେ ଟିଏମସିକୁ କାର୍ଯ୍ୟକ୍ଷମ କରିବାକୁ ଏସଆରସି ନିର୍ଦ୍ଦେଶ   ଦେଇଛନ୍ତି। ଏହା ସହ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ସାଧାରଣ ପରିବହନ ସେବାକୁ ଆସନ୍ତାକାଲି ଠାରୁ ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି। ପରିବହନ ବିଭାଗ କର୍ମଚାରୀ ପୋଲିସ ସହାୟତାରେ ସୀମାରେ ଚେକିଂକୁ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.