ଆଜି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା, ଅପରାହ୍ଣ ସାଢ଼େ ଗୋଟାଏରୁ ପହଣ୍ଡି ବିଜେ

ଆଜି ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା । ଆଜି ଶ୍ରୀଲିଙ୍ଗରାଜ, ମା' ରୁକୁଣା ଓ ଶ୍ରୀଦୋଳଗୋବିନ୍ଦ ରଥାରୁଢ ହୋଇ ରାମେଶ୍ବର ମନ୍ଦିରକୁ ବିଜେ କରିବେ । ରଥଯାତ୍ରା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଗତକାଲି ରାତିରେ ଧ୍ବଜାରୋହଣ ନୀତି ଓ ରଥ ପ୍ରତିଷ୍ଠା କରାଯାଇଛି । ପୂର୍ବ ନିଷ୍ପତ୍ତି ଅନୁସାରେ ଅପରାହ୍ଣ ସାଢେ ୩ଟାରେ ରଥଟଣା ଆରମ୍ଭ ହେବ ।

ଭୁବନେଶ୍ୱର (କେନ୍ୟୁଜ): ଆଜି ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା । ଆଜି ଶ୍ରୀଲିଙ୍ଗରାଜ, ମା’ ରୁକୁଣା ଓ ଶ୍ରୀଦୋଳଗୋବିନ୍ଦ ରଥାରୁଢ ହୋଇ ରାମେଶ୍ବର ମନ୍ଦିରକୁ ବିଜେ କରିବେ । ରଥଯାତ୍ରା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଗତକାଲି ରାତିରେ ଧ୍ବଜାରୋହଣ ନୀତି ଓ ରଥ ପ୍ରତିଷ୍ଠା କରାଯାଇଛି । ପୂର୍ବ ନିଷ୍ପତ୍ତି ଅନୁସାରେ ଅପରାହ୍ଣ ସାଢେ ୩ଟାରେ ରଥଟଣା ଆରମ୍ଭ ହେବ । ଆଜି ସକାଳୁ ମଙ୍ଗଳ ଆଳତୀ ଓ ଅବକାଶ ନୀତି କରାଯାଇଛି । ଅନ୍ୟାନ୍ୟ ନୀତି ପରେ ଅପରାହ୍ଣ ସାଢେ ଗୋଟାଏରେ ପହଣ୍ଡି କରାଯିବ । ଚଳିତ ବର୍ଷ ମନ୍ଦିର ପ୍ରଶାସନର ଅନୁରୋଧ ରକ୍ଷା କରି ମହାରଣା ସେବାୟତ ଠିକ୍ ସମୟରେ ରଥ ଗଢା ସାରଛନ୍ତି ।

ଗତକାଲି ରଥର ଚାରିଦ୍ବାର, ଧ୍ବଜବତା,ବେଦୀପଟା, ଉପଟପଟା,ଘଣ୍ଟିଅରା, ଅଁଳା,ମୁଣ୍ଡିଝରା ଲଗାଯାଇଛି । ପରମ୍ପରା ଅନୁସାରେ ସପ୍ତମୀ ତିଥିରେ ରଥରେ ନେତ ବନ୍ଧାହେବା ସହ ରାତିରେ ମହାଖଳା ଠାରେ ରଥ ପ୍ରତିଷ୍ଠା କରାଯାଇଛି । ରଥଯାତ୍ରା ପୂର୍ବରୁ ଗତକାଲି ସଂଧ୍ୟାରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସମେତ ଭୁବନେଶ୍ବର ଡିସିପି ମନ୍ଦିର ପରିଦର୍ଶନ କପରି ରଥଯାତ୍ରା ପ୍ରସ୍ତୁତି ଓ ଆଇନ ଶୃଙ୍ଖଳା ବ୍ୟବସ୍ଥା ଯାଞ୍ଚ କରିଛନ୍ତି । ଆଇନ ଶୃଙ୍ଖଳା ପାଇଁ ୧୨ ପ୍ଲାଟୁନ ଫୋର୍ସ,୭୦ ଜଣ ପୋଲିସ୍ ଅଧିକାରୀ, ୧୦୦ ଏପିଆର ଓ ହୋମଗାର୍ଡ ଓ ୩୦ ମହିଳା ପୋଲିସ କର୍ମଚାରୀ ନିୟୋଜିତ ରହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.