ଡହଡହ ଖରାରେ ଜଳୁଛି ଓଡ଼ିଶା: ୪୫ ଡିଗ୍ରୀ ମୁହାଁ ପାରଦ, ୫ ଦିନ ଗ୍ରୀଷ୍ଣ ପ୍ରବାହ ପାଇଁ ଚେତାବନୀ

୪୫ ଡିଗ୍ରୀ ମୁହାଁ ପାରଦ। ଡହଡହ ଖରାରେ ସିଝୁଛି ରାଜ୍ୟ । ଉପକୂଳରୁ ଉପାନ୍ତ ସବୁଠି ତାତିର ପ୍ରକୋପ । ସକାଳ ୯ଟାରୁ ବଢୁଛି ଖରାର ତେଜ । ଆଗାମୀ ୪ରୁ ୫ ଦିନ ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ଦିନ ତାପମାତ୍ରା ୪ରୁ ୬ ଡଗ୍ରୀ ବୃଦ୍ଧି ପାଇବା ସମ୍ଭାବନା ରହିଛି।

ଭୁବନେଶ୍ୱର (କେନ୍ୟୁଜ): ୪୫ ଡିଗ୍ରୀ ମୁହାଁ ପାରଦ। ଡହଡହ ଖରାରେ ସିଝୁଛି ରାଜ୍ୟ । ଉପକୂଳରୁ ଉପାନ୍ତ ସବୁଠି ତାତିର ପ୍ରକୋପ । ସକାଳ ୯ଟାରୁ ବଢୁଛି ଖରାର ତେଜ । ଆଗାମୀ ୪ରୁ ୫ ଦିନ ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ଦିନ ତାପମାତ୍ରା ୪ରୁ ୬ ଡଗ୍ରୀ ବୃଦ୍ଧି ପାଇବା ସମ୍ଭାବନା ରହିଛି। ୧୭ରୁ ୨୦ ତାରିଖ ମଧ୍ୟରେ କିଛି ଜିଲ୍ଲାରେ ୪୩ରୁ ୪୫ ଡିଗ୍ରୀ ଯାଏଁ ତାପମାତ୍ରା ରେକର୍ଡ ହେବାର ସମ୍ଭାବନା ଥିବା ସୂଚନା ଦେଇଛି ପାଣିପାଗ ବିଭାଗ । ଏଭଳି ପାଣିପାଗ ସ୍ଥିତିକୁ ଲକ୍ଷ୍ୟ କରି ବିଭାଗ ପକ୍ଷରୁ ୫ ଦିନ ଯାଏଁ ଗ୍ରୀଷ୍ଣ ପ୍ରବାହ ପାଇଁ ଚେତାବନୀ ଜାରି କରାଯାଇଛି।

ଆଗାମୀ ୨୪ ଘଣ୍ଟାରେ ଖୋର୍ଦ୍ଧା, କଟକ ଜଗତସିଂହପୁର, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ପୁରୀ, ମୟୂରଭଞ୍ଜ ଓ ଯାଜପୁରରେ ଗୋଟିଏ ଦୁଇଟି ସ୍ଥାନରେ ଉଷ୍ମ ଓ ଆଦ୍ର ପାଣିପାଗ ନେଇ ୟେଲୋ ୱାର୍ଣ୍ଣି ଜାରି ହୋଇଛି । ସେହିପରି କେନ୍ଦୁଝର, ଢେଙ୍କାନାଳ, ନୟାଗଡ଼, କଟକ, ଭଦ୍ରକ , ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ବାଲେଶ୍ବରେ ଗ୍ରୀଷ୍ମଲହରୀ ନେଇ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ। ଆଜି ଗ୍ରୀଷ୍ମ ପ୍ରବାହ ପାଇଁ ୧୩ ଜିଲ୍ଲା ଓ ଉଷ୍ମ ଏବଂ ଆଦ୍ର ପାଣିପାଗ ନେଇ ତିନିଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଗତକାଲି ୪୧ ଡଗ୍ରୀ ଉପରେ ଥିଲା ୧୦ ସହରର ତାପମାତ୍ରା । ଆସନ୍ତାକାଲିଠୁ ଆହୁରି ବଢିବ ଖରା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.