ନୀତି ବିଭ୍ରାଟ ଘଟଣା : ଘଟଣାରେ ୧୮ ସେବାୟତଙ୍କୁ ଶ୍ରୀମନ୍ଦିର ପ୍ରଶାସନର ନୋଟିସ୍

ପୁରୀ (କେନ୍ୟୁଜ୍) : ଶ୍ରୀମନ୍ଦିରରେ ୨୮ ତାରିଖ ନୀତି ବିଭ୍ରାଟ ଘଟଣାରେ ୧୮ ସେବାୟତଙ୍କୁ ଶ୍ରୀମନ୍ଦିର ପ୍ରଶାସନର ନୋଟିସ୍। ୫ ଦ୍ୱାରଫିଟା ପାଳିଆ ଓ ୧୩ ଧୂଳିଆଙ୍କୁ ନୋଟିସ୍ କରାଯାଇଛି। ୭ ଦିନ ଭିତରେ ଉତ୍ତର ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଶ୍ରୀମନ୍ଦିର ପ୍ରଶାସନ ସମସ୍ତ ସେବାୟତ ନିଯୋଗକୁ ନୋଟିସ କରି ନୀତି ବିଳମ୍ବ ହେଲେ ପୁରସ୍କାର ରାଶି ସ୍ଥଗିତ ରଖିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି।

sevayat

୧୫ ମିନିଟ୍, ଅଧଘଣ୍ଟା ଓ ଏକ ଘଣ୍ଟା ବିଳମ୍ବ ହେଲେ ଏକ ଚତୁର୍ଥାଂଶ , ଅଧା ଓ ପୁରାଦିନର ପୁରସ୍କାର ରାଶି ଯଥାକ୍ରମେ ସ୍ଥଗିତ ରଖିବାକୁ କୁହାଯାଇଛି। ଆପୋଷ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ହେବା ଆବଶ୍ୟକ ବୋଲି ଆଲୋଚନା କରାଯାଇଛି।

Leave A Reply

Your email address will not be published.