ସୋମବାର ସାବିତ୍ରୀ ଅମାବାସ୍ୟା, ବେଶ୍‌ ଉଚ୍ଚା ରହିଛି ଫଳ ଦର

କଟକ(କେନ୍ୟୁଜ୍‌): ସୋମବାର ସାବିତ୍ରୀ ଅମାବାସ୍ୟା। କଟକ ଓ ଭୁବନେଶ୍ବରରେ ବେଶ୍‌ ଉଚ୍ଚା ରହିଛି ଫଳ ଦର। ଆମ୍ବ କେଜି ପ୍ରତି ୮୦ରୁ ୧୨୦ ଟଙ୍କା ଭିତରେ ବିକ୍ରି ହେଉଥିବା ବେଳେ ,ଲିଚୁ କୋଳି କେଜି ପ୍ରତି ୧୦୦ରୁ ୧୨୦ ଭିତରେ ରହିଛି। ସେଉ କେଜି ପ୍ରତି ୧୦୦ରୁ ୧୬୦ ଟଙ୍କା ରହିଛି।

ପିଜୁଳି-୬୦ରୁ ୮୦ଟଙ୍କା, କଦଳୀ ଡଜନ୍‌ ୪୦ରୁ ୮୦ ଟଙ୍କା, ନଡିଆ ଗୋଟାକୁ ୧୫ରୁ ୩୦ ଟଙ୍କା, ସପୁରୀ ଗୋଟିଏ ୩୫ରୁ ୪୦ ଟଙ୍କାରେ ବିକ୍ରି ହେଉଛି। ଅଙ୍ଗୁରୁ କେଜି ପ୍ରତି ୧୦୦ ଟଙ୍କା, ପଣସ ଗୋଟାକୁ ୧୦୦ରୁ ୧୫୦ଟଙ୍କା ବିକ୍ରି ହେଉଛି। ସାବିତ୍ରୀ ବଜାରରେ ବ୍ୟବସାୟ ପୂର୍ବ ଭଳି ନାହିଁ ବୋଲି ବ୍ୟବସାୟୀ କହିଛନ୍ତି। ଅନ୍ୟପଟେ କମ୍‌ ପରିମାଣର ଫଳ କିଣିବାକୁ ପଡୁଛି ବୋଲି ଗ୍ରାହକ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.