Below header

ଘରେ କେଉଁ ଦିଗରେ ଏବଂ କେମିତି ଲଗାଇବେ ଘୋଡା ନାଲ, ଧନପ୍ରାପ୍ତି ପାଇଁ ଖୋଲିଯିବ ରାସ୍ତା

ଘରେ ସୁଖଶାନ୍ତି ଓ ଆର୍ଥିକ ସ୍ଥିତି ମଜବୁତ ରଖିବାକୁ ପ୍ରତ୍ୟେକ ବ୍ୟକ୍ତି ଚେଷ୍ଟା କରିଥାଏ। ଖାସ୍‌ ଏଥିପାଇଁ ବିଭିନ୍ନ ପ୍ରକାର ଉପାୟ ଆପଣାନ୍ତି। କିନ୍ତୁ ଘୋଡା ନାଲରେ ଏମିତି କିଛି ଉପାୟ ଆପଣାଇ ଇଚ୍ଛାକୁ ପୂରଣ କରିପାରିବେ। ଯଦି ଘୋଡା ନାଲକୁ ଘରେ ଲଗାନ୍ତି, ତାହା କେବଳ ସୁଖ ଶାନ୍ତି ବାସ ହୁଏ ତା’ ନୁହେଁ ଘରେ କେବେ ବି ଧନର ଅଭାବ ରହେ ନାହିଁ। ତେବେ ଘୋଡା ନାଲ ଘରେ କେମିତି ଲଗାଇବେ, ତାହା ବିଷୟରେ ଜାଣିବା ଉଚିତ।

ଜୀବନରେ ନକାରାତ୍ମକ ଉର୍ଜା ଦୂର କରି ସକାରାତ୍ମକ ଉର୍ଜା ପ୍ରଦାନ କରିଥାଏ ଅନେକ ଜିନିଷ । ଏହା ମଧ୍ୟରେ ଆଇନା, ତୁଳସୀ ଗଛ, ଘଣ୍ଟା, ଘୋଡା ନାଲ, ଲୁଣ ଭଳି ଜିନିଷ ସାମିଲ ରହିଛି। ଘରୁ ନକାରାତ୍ମକ ଶକ୍ତି ଦୂର କରିବାରେ ସହାୟକ ହୋଇଥାଏ ଘୋଡା ନାଲ। ଘୋଡା ନାଲର ଉପଯୋଗର କାହିଁ କେଉଁ ପୁରାତନ କାଳରୁ ଚାଲିଛି। ବାସ୍ତୁ ବ୍ୟତୀତ ଜ୍ୟୋତିଷ ଶାସ୍ତ୍ର ଏବଂ ଲାଲ କିତାବରେ ଘୋଡା ନାଲର ପ୍ରୟୋଗ ବହୁତ ଜରୁରୀ ବୋଲି କୁହାଯାଇଛି। ଘରେ କେଉଁ ଦିଗରେ ଏବଂ କେମିତି ଲଗାଇବେ, ତାହା ଜାଣନ୍ତୁ ..

କେମିତି ଲଗାଇବେ :
ଆପଣ ପ୍ରଥମେ ବଜାରରେ ମିଳୁଥିବା ଘୋଡା ନାଲ କିଣିଆଣନ୍ତୁ। ଯଦି ଆପଣ କମାର ଠାରୁ ତିଆରି କରିପାରିବେ, ତେବେ ତାହା ମଧ୍ୟ ଭଲ ହେବ। ଏହାକୁ ସକାଳୁ ବ୍ରହ୍ମ ମୁହୂର୍ତ୍ତରେ ଉଠି ଗାଧୋଇବା ପରେ ଘୋଡାନାଲକୁ ଗଂଗାଜଳରେ ଧୋଇଦିଅନ୍ତୁ। ଏହାପରେ ଘୋଡା ନାଲକୁ ନେଇ ସୂର୍ଯ୍ୟ କିରଣରେ ଶୁଖାନ୍ତୁ। ଏହାଦ୍ୱାରା ଘୋଡା ନାଲରେ ସକାରାତ୍ମକ ଶକ୍ତି ଭରିଯାଏ। ଏବେ ଏହାପରେ ଘୋଡା ନାଲକୁ ମନ୍ଦିରକୁ ନେଇ ମାତା ଲକ୍ଷ୍ମୀଙ୍କ ସାମ୍ନାରେ ରଖିଦିଅନ୍ତୁ। ଏହା ପରେ ପ୍ରଥମେ ସିନ୍ଦୁର, ଚାଉଳ ଦ୍ୱାରା ମା’ ଲକ୍ଷ୍ମୀଙ୍କ ପୂଜା କରନ୍ତି। ତା’ ପରେ ଘୋଡା ନାଲକୁ ପୂଜା କରନ୍ତୁ ଓ ମାତା ଲକ୍ଷ୍ମୀଙ୍କ ଆରତୀ କରନ୍ତୁ।

horseshoe
PC: News Track

ଖାସ୍ କରି କଳାଘୋଡା ନାଲ ଘରର ଅନେକ ବାସ୍ତୁ ଦୋଷ ଦୂର କରିଥାଏ। ତେଣୁ U ସେପର ଘୋଡା ନାଲ ଘର କାନ୍ଥରେ ତଳକୁ କରି ଲଗାଇ ଦିଅନ୍ତୁ। ସେହିପରି ଅଫିସ, ଦୋକାନ, କାରଖାନ ଆଦିରେ ଉପରକୁ କରି ଲଗାଇବା ଦ୍ବାରା ନେଗେଟିଭ ଶକ୍ତି ଦୂର ହୋଇଥାଏ।

କେଉଁ ଦିଗରେ ଲଗାଇବେ ଘୋଡା ନାଲ :

ଆରତୀ କରିବା ପରେ ଘୋଡା ନାଲକୁ କଳା କପଡାରେ ବାନ୍ଧି ଦିଅନ୍ତୁ। ଏହାକୁ ନେଇ ଘରର ପୂର୍ବ କିମ୍ବା ଉତ୍ତର ଦିଗରେ ଝୁଲାଇ ଦିଅନ୍ତୁ। ଏମିତି କରିବା ଦ୍ୱାରା କେବଳ ଆର୍ଥିକ ସ୍ଥିତିରେ ସୁଧାର ଆସିବା ସହ ସୁଖ ଶାନ୍ତି ମଧ୍ୟ ଘରେ ରହିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.