ବେଆଇନ୍‌ ଟଙ୍କା ଠୁଳ ଅଭିଯୋଗରେ ସାଳନ୍ଦୀ କେନାଲ ଡିଭିଜନ୍‌ ଅଧିକ୍ଷଣ ଯନ୍ତ୍ରୀ ଗିରଫ

ଭଦ୍ରକ(କେନ୍ୟୁଜ୍): ଅଧିକ୍ଷଣ ଯନ୍ତ୍ରୀ ଗିରଫ। ବେଆଇନ୍‌ ଟଙ୍କା ଠୁଳ ଅଭିଯୋଗରେ ସାଳନ୍ଦୀ କେନାଲ ଡିଭିଜନ୍‌ ଅଧିକ୍ଷଣ ଯନ୍ତ୍ରୀ ଶ୍ରୀମନ୍ତ ସେଠୀଙ୍କୁ ଗିରଫ କଲା ଭିଜିଲାନ୍ସ। ଠିକା ସଂସ୍ଥାଠାରୁ ଟଙ୍କା ନେଇ ବେଆଇନ୍‌ ଭାବେ ରଖିଥିବା ଖବର ପାଇ ଏକକାଳୀନ ୫ଟି ସ୍ଥାନରେ ଚାଲିଥିଲା ରେଡ୍‌।

ଭିଜିଲାନ୍ସର ୪ଟି ଟିମ୍‌ ପକ୍ଷରୁ ଚାଲିଥିଲା ରେଡ୍‌। ତାଙ୍କ ଜନ୍ମ ସ୍ଥାନ ଖଇରା, ବାଲେଶ୍ୱରସ୍ଥିତ ଶ୍ୱଶୁର ଘର, ଭଦ୍ରକ ଅଫିସ, ସରକାରୀ ଘରେ ଚଢାଉ କରାଯାଇଥିଲା। ଏବେ ସୁଦ୍ଧା ୫ଲକ୍ଷରୁ ଅଧିକ ଟଙ୍କା ଜବତ କରାଯାଇଛି। ଗତ ୨ ମାସ ପୂର୍ବରୁ କାର୍ଯ୍ୟରେ ଯୋଗ ଦେଇଥିଲେ ଅଧୀକ୍ଷଣ ଯନ୍ତ୍ରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.