ସାଲେପୁର(କେନ୍ଯୁଜ୍): ବିଳମ୍ବିତ ରାତିରେ ମନ୍ଦିରରୁ ଚୋରି କରିବାକୁ ୩ ଜଣ ଯୁବକ ଉଦ୍ୟମ କରିଥିବା ବେଳେ ଗାଁ ଲୋକଙ୍କ ହାତରେ ଧରା ପଡିଛନ୍ତି । ଦୁର୍ବୃତ୍ତ ମାନେ ବାଇକରେ ଖସି ପଳାଇବାକୁ ଚେଷ୍ଟା କରୁଥିବା ସମୟରେ ଜଣେ ଯୁବକ ଧରାପଡିଥିବା ବେଳେ ଆଉ ଦୁଇ ଜଣ ଖସି ପଳେଇ ଯିବାରେ ସମର୍ଥ ହୋଇଛନ୍ତି। ଏବଂ ଧରା ପଡିଥିବା ଯୁବକକୁ ଧରି ଗାଁଲୋକେ ଗୋଟେ ଘରେ ପୁରାଇ ଅଟକ ରଖି ସକାଳୁ ପୋଲିସ ଜିମା ଦେଇଥିବାର ସୂଚନା ମିଳିଛି । ଏହି ପରି ଅମାନବୀୟ ଘଟଣା ଘଟିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ସରପଡା ଗାଁ ଅନ୍ତର୍ଗତ ।
ସୂଚନା ଅନୁଯାୟୀ ଏହି ଗାଁରେ ଥିବା ହନୁମାନ ମନ୍ଦିରରୁ ଗତକାଲି ରାତିରେ ୩ ଜଣ ଚୋର ଏକ ବାଇକରେ ଚୋରି କରିବାକୁ ଆସିଥିଲେ । ଏହି ସମୟରେ ଗାଁ ଲୋକେ ବାଇକର ଶବ୍ଦ ଶୁଣି ସନ୍ଦେହ ଆରମ୍ଭ କରିଥିଲେ । ଏହା ପରେ ଗ୍ରାମବାସୀ ମାନେ ସେମାନଙ୍କୁ ଧରିବାକୁ ଉଦ୍ୟମ କରିବା ସମୟରେ ଦୁଇ ଜଣ ବାଇକରେ ଖସି ପଳେଇଥିଲେ । ମାତ୍ର ଆଉ ଜଣେ ଦୁର୍ବୃତ୍ତ ଗାଁଲୋକଙ୍କ ହାତରେ ଧାରା ପଡିଥିଲା। ଧରାପଡିଥିବା ଯୁବକ ଜଣକ ହେଉଛି ସ୍ଥାନୀୟ କେନ୍ଦୁପାଟଣା ଗାଁର ଚିନ୍ମୟ ବେହେରା। ଖବର ପାଇ ଚିନ୍ମୟର ବାପା ଏବଂ ସ୍ତ୍ରୀ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଏବଂ ଚିନ୍ମୟକୁ ଛାଡି ଦେବାକୁ କହୁଥିଲେ। ହେଲେ ଗାଁ ଲୋକେ ପୋଲିସକୁ ଡକାଇ ଚିନ୍ମୟକୁ ପୋଲିସ ଜିମା ଦେବା ସହ ଏକ ଲିଖିତ ଏତଲା ମଧ୍ୟ ଦେଇଛନ୍ତି।