ଅଗଷ୍ଟ-ସେପ୍ଟେମ୍ବରରେ ଏହି ସବୁ ରାଜ୍ୟରେ ହେବ ସାମାନ୍ୟରୁ ଅଧିକ ବର୍ଷା, IMD ପକ୍ଷରୁ ସୂଚନା

ସୋମବାର ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ମୌସୁମୀକୁ ନେଇ ଜରୁରୀ ସୂଚନା ଦିଆଯାଇଛି । ଚଳିତ ମାସ ଓ ଆସନ୍ତା ମାସ ସାମାନ୍ୟଠୁ ଅଧିକ ମାତ୍ରାରେ ବର୍ଷା ହେବାର ସମ୍ଭାବନା ରହିଛି। ଆଇଏମଡିର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ଏନେଇ ରିପୋର୍ଟ ଦେଇଛନ୍ତି।

ଏହି ରିପୋର୍ଟ ଅନୁଯାୟୀ, ପଶ୍ଚିମ ମଧ୍ୟପ୍ରଦେଶ, ରାଜସ୍ଥାନ, ମହାରାଷ୍ଟ୍ର, ଜମ୍ମୁ କାଶ୍ମୀର, ଲଦାଖ, ପଞ୍ଜାବ ଓ ହିମାଚଳ ପ୍ରଦେଶା ଅନେକ ସ୍ଥାନରେ ଚଳିତ ମାସ ଅଗଷ୍ଟରେ ସାମାନ୍ୟରୁ କମ ବର୍ଷା ହେବାର ସମ୍ଭାବନା ରହିଛି ।ଏହାସହ କର୍ଣ୍ଣାଟକ, ତମିଲନାଡୁ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶର ରାୟଲସୀମା କ୍ଷେତ୍ର, କୋଙ୍କଣ ଏବଂ ଗୋଆ, ମଧ୍ୟ ମହାରାଷ୍ଟ୍ର, ଦକ୍ଷିଣ ଗୁଜୁରାଟ, ପୂର୍ବୋତ୍ତର ରାଜ୍ୟ ଏବଂ ବିହାରରେ ସାମାନ୍ୟରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି।

ମହାପାତ୍ରଙ୍କ ସୂଚନା ଅନୁଯାୟୀ, ଅଗଷ୍ଟ ମାସରୁ ସେପ୍ଟେମ୍ବର ମାସ ମଧ୍ୟରେ ୯୫ ରୁ ୧୦୫% ବର୍ଷା ହେବାର ସମ୍ଭାବନା ରହିଛି। ପ୍ରତିବର୍ଷ ଆଇଏମଡି ପକ୍ଷରୁ ଦକ୍ଷିଣ- ପଶ୍ଚିମ ମୌସୁମୀ ବାୟୁକୁ ନେଇ ଅଗଷ୍ଟ- ସେପ୍ଟେମ୍ବର ମାସକୁ ନେଇ ପୂର୍ବାନୁମାନ କରାଯାଏ। କାରଣ ଏହା ଋତୁର ଶେଷ ଦୁଇ ମାସ। ତେଣୁ ଏହାକୁ ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।