ସୁରକ୍ଷା ବଳୟରେ ସମ୍ବଲପୁର, ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ୭୪ ପ୍ଲାଟୁନ୍ ଫୋର୍ସ ମୁତୟନ

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ସୁରକ୍ଷା ବଳୟରେ ସମ୍ବଲପୁର । ମୁତୟନ ହୋଇଛନ୍ତି ୭୪ ପ୍ଲାଟୁନ୍ ଫୋର୍ସ। ଆଉ ୪-୫ ପ୍ଲାଟୁନ୍ ଫୋର୍ସ ରିଜର୍ଭ ରଖାଯାଇଛି । ସୁରକ୍ଷା ଦାୟିତ୍ବରେ ଅଛନ୍ତି ଦୁଇ ଜଣ ରେଞ୍ଜ ଆଇଜି, ୪ ଜଣ ଏସପି, ୭ କାମାଣ୍ଡାଣ୍ଟଙ୍କ ସମେତ ୨୫୦ ପୋଲିସ ଅଫିସର।

ସମ୍ବଲପୁର (କେନ୍ୟୁଜ): ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ସୁରକ୍ଷା ବଳୟରେ ସମ୍ବଲପୁର । ମୁତୟନ ହୋଇଛନ୍ତି ୭୪ ପ୍ଲାଟୁନ୍ ଫୋର୍ସ। ଆଉ ୪-୫ ପ୍ଲାଟୁନ୍ ଫୋର୍ସ ରିଜର୍ଭ ରଖାଯାଇଛି । ସୁରକ୍ଷା ଦାୟିତ୍ବରେ ଅଛନ୍ତି ଦୁଇ ଜଣ ରେଞ୍ଜ ଆଇଜି, ୪ ଜଣ ଏସପି, ୭ କାମାଣ୍ଡାଣ୍ଟଙ୍କ ସମେତ ୨୫୦ ପୋଲିସ ଅଫିସର। ଉଭୟ ଆଇଆଇଏମ ଓ ରେମେଡ ପଡିଆକୁ କଡା ସୁରକ୍ଷା ବଳୟରେ ରଖାଯାଇଛି l

ଏ ସମ୍ପର୍କରେ ଆଇଜି ହିମାଂଶୁ ଲାଲ କହିଛନ୍ତି, ସୁରକ୍ଷାରେ କୌଣସି ପ୍ରକାର ଅଭାବ ଯେଉଁଭଳି ଭାବେ ରହିବ ନାହିଁ, ତାହାକୁ ଦୃଷ୍ଟିରେ ରଖି ସମସ୍ତେ କାର୍ଯ୍ୟ କରୁଛନ୍ତି। ସମ୍ବଲପୁର ଏସ୍‌ପି ମୁକେଶ ଭାମୁଙ୍କ ସୂଚନା ଅନୁଯାୟୀ, ଯେଉଁମାନଙ୍କୁ ଆଇଆଇଏମ୍‌ରୁ ନିମନ୍ତ୍ରଣ ମିଳିଛି, ସେମାନେ ଦିନ ୧୧ଟା ୩୦ ସୁଦ୍ଧା ପହଞ୍ଚିବେ। ରେମେଡ୍‌ରେ ଯେଉଁମାନେ ଯୋଗଦେବେ ସେମାନେ ଦିନ ୧ଟା ସୁଦ୍ଧା ପଡ଼ିଆକୁ ଆସିବେ। ସମସ୍ତଙ୍କ ଯାଞ୍ଚ୍‌ ହେବାପରେ ପ୍ରବେଶ କରାଯିବ।

ପ୍ରଧାନମନ୍ତ୍ରୀ ଆସୁଥିବା ଆଇଆଇଏମ୍‌ ଓ ରେମେଡ୍‌କୁ ନୋ ଫ୍ଲାଇଂ ଜୋନ୍‌ ଘୋଷଣା କରାଯାଇଛି। ଡ୍ରୋନ୍‌ ଉଡ଼ିବା ଉପରେ ବି କଟକଣା ଲଗାଯାଇଛି। କୌଣସି ଲୋକ ପାଣି ବୋତଲ ଧରି ଆସିବେ ନାହିଁ, ଭିତରେ ପାଣି ବ୍ୟବସ୍ଥା କରାଯାଇଛି। ରେମେଡ୍‌ରେ ସାଧାରଣ ଲୋକଙ୍କ ପ୍ରବେଶ ପାଇଁ ୨ଟି ଏଣ୍ଟ୍ରି ପଏଣ୍ଟ ରହିବ। ସଭାସ୍ଥଳ ନିକଟରେ ୧୫୦୦ ବସ୍‌ ରହିବା ପାଇଁ ସବୁଠୁ ବଡ଼ ପାର୍କିଂ ସ୍ଥାନ କରାଯାଇଛି। ତା’ସହିତ ଆଉ ୨ଟି ପାର୍କିଂ ଅଞ୍ଚଳ କରାଯାଇଛି। ପୁଲିସ ମହାନିର୍ଦ୍ଦେଶକ ଅରୁଣ ଷଡ଼ଙ୍ଗୀଙ୍କ ତତ୍ତ୍ବାବଧାନରେ ପୂରା ସୁରକ୍ଷା ବ୍ୟବସ୍ଥା ପ୍ରସ୍ତୁତ କରାଯାଉଛି। ସେହିପରି ଝାରସୁଗୁଡ଼ା ବିମାନବନ୍ଦର, ସମ୍ବଲପୁର ଅସ୍ଥାୟୀ ହେଲିପ୍ୟାଡ୍ ସହ କାର୍ଯ୍ୟକ୍ରମ ସ୍ଥଳରେ କଡ଼ା ସୁକକ୍ଷା ବ୍ୟବସ୍ଥା ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.